ବିଧାୟକ ହୋଇପାରିଲେନି, ଆଇଏଏସ୍ ଚାକିରି ବି ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ବିଧାୟକ ହୋଇପାରିଲେନି, ଆଇଏଏସ୍ ଚାକିରି ବି ଗଲା

choudhary

ରାୟପୁର: ଆଇଏଏସ୍‌ ଚାକିରି ଛାଡ଼ି ବିଜେପିରେ ମିଶି ଥିଲେ। ଏଥର ନିର୍ବାଚନ ବି ଲଢ଼ିଥିଲେ। ହେଲେ ହାରିଗଲେ। ଆମେ କହୁଛୁ ଛତିଶଗଡ଼ର ରାୟପୁରର ପୂର୍ବତନ ଜିଲ୍ଲାପାଳ ଓମ୍‌ ପ୍ରକାଶ ଚୌଧରୀଙ୍କ କଥା।

୨୦୦୫ ବ୍ୟାଚ୍‌ର ଆଇଏଏସ୍ ଅଫିସର୍ ଓମ୍ ପ୍ରକାଶ ଗତ ଅଗଷ୍ଟ ୨୫ ତାରିଖରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ।

ଓମ୍ ପ୍ରକାଶ ହେଉଛନ୍ତି ଚୌଧରୀ ଅଘରିଆ ସଂପ୍ରଦାୟର। ଛତିଶଗଡ଼ରେ ଏମାନଙ୍କର ଭଲ ଆଧିପତ୍ୟ ରହିଛି। ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଓମ୍‌ ପ୍ରକାଶ ଭାରି ଲୋକପ୍ରିୟ। ହେଲେ କଂଗ୍ରେସର ଗଡ଼ କୁହାଯାଉଥିବା ଖରସିଆ ଆସନରେ ତାଙ୍କ ଯାଦୁ ଚାଲିଲା ନାହିଁ।

ସେ ଏଥର ଖରସିଆ ଆସନରୁ ନିର୍ବାଚନ ଲଢ଼ିଥିଲେ। ତେବେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଉମେଶ ପଟେଲ୍‌ ପରାସ୍ତ କରିଛନ୍ତି। ଓମ୍‌ ପ୍ରକାଶଙ୍କୁ ୭୭ ହଜାର ୨୩୪ଟି ଭୋଟ୍ ମିଳିଥିବା ବେଳେ ଉମେଶ ପଟେଲଙ୍କୁ ୯୪ ହଜାର ୨୦୧ଟି ଭୋଟ୍ ମିଳିଥିଲା।

opchaudhary1ଚାକିରି ଛାଡ଼ିବା ପୂର୍ବରୁ ଓମ୍ ପ୍ରକାଶ ରାୟପୁରର ଜିଲ୍ଲାପାଳ ଥିଲେ। ତା’ପୂର୍ବରୁ ସେ ଦାନ୍ତେୱାଡାର ଜିଲ୍ଲାପାଳ ଥିଲେ। ଗତ ନିର୍ବାଚନ ବେଳେ ସେ ଲୋକ ସଂପର୍କ ବିଭାଗରେ ଥିଲେ। ସେ ରମଣ ସିଂହଙ୍କ ଖାସ୍ ଲୋକ ଭାବେ ଜଣାଶୁଣା। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭଲ କାର୍ଯ୍ୟ କରି ସେ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ବି ପାଇଥିଲେ।



from Odisha Reporter https://ift.tt/2RU8Jnd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages