ଜହ୍ନିରେ ଅଛି ଇନ୍‌ସୁଲିନ୍‌ ଉପାଦାନ: ସୁଗାରକୁ କରେ ନିୟନ୍ତ୍ରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଜହ୍ନିରେ ଅଛି ଇନ୍‌ସୁଲିନ୍‌ ଉପାଦାନ: ସୁଗାରକୁ କରେ ନିୟନ୍ତ୍ରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସବୁଜ ପନିପରିବା ମଧ୍ୟରେ ଜହ୍ନି ଏକ ଉପକାରୀ ପରିବା। ନିୟମିତ ଜହ୍ନି ଖାଇଲେ ଶରୀର ପାଇଁ ଏହା ବେଶ୍‌ ଲାଭଦାୟକ ହୋଇଥାଏ । ସେହିପରି ଜହ୍ନିରେ ଔଧୀୟ ଗୁଣ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଜହ୍ନି ଖାଇବା କ’ଣ ସବୁ ଫାଇଦା ମିଳିଥାଏ।  ପ୍ରଥମତଃ ଜହ୍ନି ଖାଇବା ଦ୍ୱାରା ରକ୍ତ ସୃଷ୍ଟି ହେବା ସହ ହେମୋଗ୍ଲୋବିନ୍‌ ସ୍ତର ବଢ଼ିଥାଏ।

ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ସେହିପରି ଏଥିରେ ଭିଟାମିନ ସି, ଜିଙ୍କ, ଆଇରନ୍‌, ମାଗ୍ନେସିୟମ ଭଳି ମିନେରାଲ୍ସ ରହିଛି। ନିୟମିତ ଜହ୍ନି ଖାଇବା ଦ୍ୱାରା ମେଦବହୁଳତାରୁ ମୁକ୍ତି ମିଳେ। ଏହା ଶରୀରରେ ଜମି ରହିଥିବା ଅଦରକାରୀ ଚର୍ବିକୁ ବାହାର କରିଦେଇଥାଏ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଜହ୍ନି ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ। ଜହ୍ନି କିଡ୍‌ନୀ ଷ୍ଟୋନ ସମେତ ଅନ୍ୟ ଷ୍ଟୋନ ଦୂର କରେ।

ଏଥିରେ କ୍ୟାରୋଟିନ ନାମକ ରାସାୟନିକ ପଦାର୍ଥ ଥିବାରୁ ଦୃଷ୍ଟିଶକ୍ତି ବଢ଼ାଏ। ସେହି ପରି ଜହ୍ନି ତରକାରୀ ଖାଇବା ଦ୍ୱାରା ଆପଣଙ୍କ  ଚର୍ମ ସତେଜ ରଖିଥାଏ। ଏଥିରେ ଇନ୍‌ସୁଲିନ୍‌ ଉପାଦାନ ତଥା peptides ଏବଂ alkaloids ଥିବାରୁ  ରକ୍ତ ଓ ପରିସ୍ରାରେ ସୁଗାର ଅଂଶକୁ ନିୟନ୍ତ୍ରଣ ରଖିଥାଏ।

 



from Odisha Reporter https://ift.tt/2QVVdSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages