ଗ୍ୟାରି କିର୍ଷ୍ଟେନ ଥିଲେ ପ୍ରଥମ ପସନ୍ଦ କିନ୍ତୁ ରମଣ ହେଲେ ମହିଳା ଟିମ୍‌ କୋଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଗ୍ୟାରି କିର୍ଷ୍ଟେନ ଥିଲେ ପ୍ରଥମ ପସନ୍ଦ କିନ୍ତୁ ରମଣ ହେଲେ ମହିଳା ଟିମ୍‌ କୋଚ୍‌

ନୂଆଦିଲ୍ଲ: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ଡବ୍ଲ୍ୟୁଭି ରମଣଙ୍କୁ ମହିଳା ଦଳର କୋଚ୍‌ ଭବେ ବିସିସିଆଇ ନିଯୁକ୍ତି ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେବେ ମହିଳା ଟିମ୍‌ର କୋଚ ପଦ ପାଇଁ ଦକ୍ଷିଣ ଆଫ୍ରିକା ଓପନର ଗ୍ୟାରି କିର୍ଷ୍ଟେନଙ୍କ ସର୍ବାଗ୍ରେ ଥିଲେ। ଏପରି କି ବିସିସିଆଇ ଏବଂ ୩ ଜଣିଆ ଆଡ୍‌ହକ୍‌ କମିଟି ମଧ୍ୟ କିର୍ଷ୍ଟେନଙ୍କ ନାଁକୁ ଚୂଡ଼ାନ୍ତ କରିଥିଲା। ହେଲେ ସେ ତାଙ୍କର ଆଇପିଏଲ୍‌ ଦାୟିତ୍ୱ ନିର୍ବାହ କରିସାରିବା ପରେ ଯାଇ ପଦ ସମ୍ଭାଳିବେ ବୋଲି ଜଣାପଡ଼ିବା ପରେ ରମଣଙ୍କୁ ନୂଆ କୋଚ୍‌ ଭାବେ ନିଯୁକ୍ତି ମିଳିଛି।

ତେବେ ଏହି ନିଯୁକ୍ତିକୁ ନେଇ ଆରମ୍ଭରୁ ବିବାଦ ଦେଖାଦେଇଛି। ବିସିସିଆଇ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ କୋଚ ପଦ ଚୟନ ପାଇଁ ମାମଲା ସୁପ୍ରିମକୋର୍ଟରେ ଚାଲିଥିବାରୁ ସିଓଏ କମିଟି ଅଧ୍ୟକ୍ଷ ବିନୋଦ ରାଏଙ୍କୁ ଚିଠି ଲେଖିଥିଲେ। ଏପରି କି ମହିଳା ଟିମ୍‌ ଚୟନ ପ୍ରକ୍ରିୟା ମାମଲାର ପରବର୍ତ୍ତୀ ଶୁଣାଣି ୧୭ ତାରିଖରେ ଥିବାରୁ ସେଯାଏ କୋଚ ନିଯୁକ୍ତି ନ କରିବାକୁ କହିଥିଲେ। ସିଓଏ ସଦସ୍ୟ ଡାଏନା ଏଡୁଲଜି ମଧ୍ୟ ଶ୍ରୀ ରାଏଙ୍କୁ ସାକ୍ଷାତକାର ପ୍ରକ୍ରିୟା ସ୍ଥଗିତ ରଖିବାକୁ କହିଥିଲେ। କିନ୍ତୁ ଶ୍ରୀ ରାଏ ଏହାକୁ ଖାତିର ନ କରି ରମଣଙ୍କୁ ମହିଳା ଟିମ୍‌ର କୋଚ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ବିଧିବଦ୍ଧ ଭାବେ ଘୋଷଣା କରାଯିବ।

ଅନ୍ୟପକ୍ଷରେ ଆଡହକ୍‌ ଚୟନ କମିଟିର ସଦସ୍ୟ ଥିବା କପିଲ ଦେବ, ଅଂଶୁମାନ ଗାଏକ୍ୱାଡ ଓ ସନଥ ରଙ୍ଗାସ୍ୱାମୀ ମିଳିତ ଭାବେ ରମଣ, କିର୍ଷ୍ଟେନ ଓ ଭେଙ୍କଟେଶ ପ୍ରସାଦଙ୍କ ନାଁକୁ ମହିଳା ଟିମ୍‌ର କୋଚ ପାଇଁ ବାଛିଥିଲେ।

ତେବେ ସମସ୍ତଙ୍କୁ ପଛରେ ପକାଇ ରମଣ ବାଜିମାତ କରିଛନ୍ତି। ରମଶ ଏବେ ବେଙ୍ଗାଲୁରୁରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବ୍ୟାଟିଂ କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।

୧୯୯୨-୯୩ରେ ଟିମ୍‌ ଇଣ୍ଡିଆ ପକ୍ଷରୁ ସେ ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଶତକ ହାସଲ କରିଥିଲେ। ସେ ୧୧ଟି ଟେଷ୍ଟ ଖେଳିଥିବା ବେଳେ ୨୭ଟି ଦିନିକିଆ ଖେଳିଛନ୍ତି। ସେ ତାମିଲନାଡୁ ଏବଂ ବେଙ୍ଗଲ ରଣଜୀ ଟିମ୍‌ର କୋଚ ଭାବେ କାର୍ଯ୍ୟ କରିସାରିଛନ୍ତି।



from Odisha Reporter https://ift.tt/2LrVVBV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages