ବିପିଏଲ୍‌ କ୍ରିକେଟରୁ ବାଦ୍‌ ପଡ଼ିଲେ ସ୍ମିଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ବିପିଏଲ୍‌ କ୍ରିକେଟରୁ ବାଦ୍‌ ପଡ଼ିଲେ ସ୍ମିଥ

ମେଲବର୍ଣ୍ଣ: ଟିମ୍‌ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାକୟ ଷ୍ଟିଭ୍‌ ସ୍ମିଥଙ୍କୁ ଜୋରଦାର ଝଟ୍‌କା ଲାଗିଛି। ବଲ୍‌ ବିକୃତ କରିବା ଘଟଣାରେ ଗୋଟିଏ ବର୍ଷ ପାଇଁ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରୁ ବାଦ୍‌ ପଡ଼ିଥିବା ସ୍ମିଥ ଏବେ ପ୍ରିମିୟର ଲିଗ୍‌ ଖେଳିବାକୁ ଇଚ୍ଛା ରଖିଥିଲେ। ହେଲେ ବଲ୍‌ ବିକୃତ କରିବା ଭଳି କାଣ୍ଡ ଘଟାଇଥିବାରୁ ତାଙ୍କୁ ଚାରିଆଡ଼ୁ ବିରୋଧ ଆରମ୍ଭ ହୋଇଯାଇଛି।

ସ୍ମିଥ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌(ବିପିଏଲ୍‌) ଖେଳିବାକୁ ଚାହୁଁଥିଲେ ହେଁ ତାଙ୍କୁ ଏଥିପାଇଁ ଅନୁମତି ମିଳିନି। ସେ ବିପିଏଲ୍‌ରେ ଖେଳିପାରିବେ ନାହିଁ ବୋଲି ଫ୍ରାଞ୍ଚାଇଜ୍‌ ମାଲିକମାନେ ମନା କରିଛନ୍ତି। ସ୍ମିଥଙ୍କୁ କୋମିଲ୍ଲା ଭିକ୍ଟୋରିଆନ୍ସ କିଣିଥିଲା। କିନ୍ତୁ ସ୍ମିଥଙ୍କ ଭଳି ଜଣେ ବଲ୍‌ ଟ୍ୟାମ୍ପରିଙ୍ଗ କରିଥିବା ଖେଳାଳିଙ୍କୁ ବିପିଏଲ୍‌ରେ ଖେଳିବାକୁ ଅନୁମତି ମିଳିବ ନାହିଁ ବୋଲି ଅନ୍ୟ ଫ୍ରାଞ୍ଚାଇଜିମାନେ କହିଥିଲେ। ତେଣୁ ସେ ବିପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି।



from Odisha Reporter https://ift.tt/2EwzzOe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages