ଦେହ ଦେଖାଯାଉଥିବା ପୋଷାକ ପିନ୍ଧି ଅଡ଼ୁଆରେ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଦେହ ଦେଖାଯାଉଥିବା ପୋଷାକ ପିନ୍ଧି ଅଡ଼ୁଆରେ ଅଭିନେତ୍ରୀ

କାଇରୋ: ‘ସି-ଥ୍ରୁ’ ପୋଷାକ ବା ଦେହ ଦେଖାଯାଉଥିବା ପୋଷାକ ପିନ୍ଧି ଅଡ଼ୁଆରେ ପଡ଼ିଛନ୍ତି ଜଣେ ଅଭିନେତ୍ରୀ। ଇଜିପ୍ଟର ଜଣେ ଅଭିନେତ୍ରୀ କାଇରୋ ଫିଲ୍ମ ଫେଷ୍ଟିଭାଲରେ ଏଭଳି ଉତ୍ତେଜକ ପୋଷାକ ପିନ୍ଧି ଆସିଥିବାରୁ ତାଙ୍କ ନାମରେ ଅନୈତିକତାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଆସିଛି।

ରାନିଆ ୟୁସେଫ୍‌ ନାମ୍ନୀ ଏହି ଅଭିନେତ୍ରୀଙ୍କ ନାମରେ ଉତ୍ତେଜନା ସୃଷ୍ଟି କରିବା ଏବଂ ଦୁଷ୍କର୍ମ ଭଳି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦେବା ଭଳି ଅଭିଯୋଗ ଆସିଥିବା ଜଣାଯାଇଛି। ଗତ ଗୁରୁବାର ଏହି ସିନେ ଉତ୍ସବର ଅନ୍ତିମ ଦିନରେ ଏକ କଳା ପୋଷାକ ପିନ୍ଧି ଆସିଥିଲେ। ଏଥିରେ ରାନିଆଙ୍କ ଶରୀର ଲୁଚିବା ବଦଳରେ ଜଳଜଳ ହୋଇ ଲୋକଙ୍କୁ ଦେଖାଯାଉଥିବାରୁ ଲୋକମାନେ ବିରକ୍ତି ପ୍ରକାଶ କରିବା ସହ ଏଭଳି ଶରୀର ପ୍ରଦର୍ଶନର କଡ଼ା ସମାଲୋଚନା କରିଥିଲେ।

ତାଙ୍କୁ ଏଥିପାଇଁ ୫ ବର୍ଷର ଜେଲ୍‌ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ଏପରି ଅଭିଯୋଗ ଆସିବା ପରେ ସେ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ କହିଛନ୍ତି, ଯଦି ଏ ପୋଷାକ ବିବାଦ ସୃଷ୍ଟି କରିବ ବୋଲି ଆଗରୁ ଜାଣିଥାଆନ୍ତେ ସେ ଏପରି କେବେ ମଧ୍ୟ କରିନଥାନ୍ତେ।

ଏହି ଫଟୋକୁ ନେଇ ସୋଶାଲ ମିଡିଆ ମଧ୍ୟ ଦୁଇଭାଗ ହୋଇଯାଇଛି। କିଛି ତାଙ୍କୁ ବିରୋଧ କରୁଥିବାବେଳେ ଅନ୍ୟ କିଛି ଲୋକେ ତାଙ୍କ ସମର୍ଥନରେ ବାହାରିଛନ୍ତି। ସେମାନେ ଦର୍ଶାଇଛନ୍ତି, ସେ ଯାହା ଚାହୁଁଛନ୍ତି ତାହା ପିନ୍ଧନ୍ତୁ।


କିଛି ସମାଲୋଚକ ଲେଖିଛନ୍ତି, ଏହି ଡ୍ରେସ୍‌ ଏବଂ ଡିଜାଇନ୍‌ର ନାମ ହେଉଛି, “ମୁଁ ସମ୍ମାନିତ ହେବାକୁ ଗଲାବେଳେ ମୋ ଟ୍ରାଉଜର ପିନ୍ଧିବାକୁ ଭୁଲିଯାଇଥିଲି।” ଆଉ ଜଣେ ଲେଖିଛନ୍ତି,“ରାନିଆଙ୍କୁ ଏଥର ଅଧିକ କାମ ମିଳିବ।”

ଉଲ୍ଲେଖଯୋଗ୍ୟ ଯେ, ଏହି ଅଭିଯୋଗ ଆଣିଥିବା ଦୁଇ ଓକିଲ ସେଲିବ୍ରେଟିଙ୍କୁ କୋର୍ଟକୁ ଟାଣିବାରେ ପରିଚିତି ଲାଭ କରିଛନ୍ତି।



from Odisha Reporter https://ift.tt/2AGdN7f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages