ଶଙ୍ଖର ମହତ୍ତ୍ୱ ସମ୍ପର୍କରେ କ’ଣ କହେ ବାସ୍ତୁ ଶାସ୍ତ୍ର ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଶଙ୍ଖର ମହତ୍ତ୍ୱ ସମ୍ପର୍କରେ କ’ଣ କହେ ବାସ୍ତୁ ଶାସ୍ତ୍ର ?

ଭୁବନେଶ୍ୱର: ହିନ୍ଦୁଧର୍ମରେ ଶଙ୍ଖର ଅନେକ ମହତ୍ତ୍ୱ ରହିଛି। ପୁରାଣ ଅନୁଯାୟୀ ଶଙ୍ଖର ଉତ୍ପତ୍ତି ସମୁଦ୍ରରୁ ହୋଇଛି। ଏହାକୁ ଭଗବାନ ବିଷ୍ଣୁଙ୍କ ପ୍ରତୀକ ବୋଲି କୁହାଯାଏ। ତେଣୁ କୁହାଯାଏ ଯେଉଁ ଘରେ ଭଗବାନ ବିଷ୍ଣୁ ଅଛନ୍ତି ସେଠି ମାତା ଲକ୍ଷ୍ମୀ ମଧ୍ୟ ବାସ କରନ୍ତି। ବିଶ୍ୱାସ ରହିଛି ଶଙ୍ଖ ବଜାଇବା ଦ୍ୱାରା ଆଖପାଖ ବାତାବରଣରେ ଥିବା ସବୁ ଅଶୁଦ୍ଧି ଦୂର ହୋଇଥାଏ। ଶଙ୍ଖ ଧ୍ୱନିରୁ ଦେବା-ଦେବୀ ଆକର୍ଷିତ ହୋଇଥାନ୍ତି। ଏହା ପୂଜାକୁ ସାର୍ଥକ କରିବା ସହ ମନକୁ ମଧ୍ୟ ଶାନ୍ତି ଦେଇଥାଏ। ତେବେ ଏହି ଶଙ୍ଖକୁ ନେଇ କିଛି ବାସ୍ତୁ ନିୟମ ରହିଛି ଯାହାକୁ ପ୍ରତ୍ୟେକ ବ୍ୟକ୍ତି ଜାଣିବା ନିହାତି ଆବଶ୍ୟକ।

୧) ପୂଜାଘରେ କେବେ ବି ଗୋଟିଏ କାର୍ଯ୍ୟ ପାଇଁ ଦୁଇଟି ସମାନ ଶଙ୍ଖ ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

୨) ଯଦି ଆପଣଙ୍କ ଘରେ ପୂଜା କରିବା ପାଇଁ ଓ ଫୁଙ୍କିବା ପାଇଁ ୨ଟି ଶଙ୍ଖ ରହିଛି, ତେବେ ଏହି ୨ଟି ଶଙ୍ଖକୁ ସବୁବେଳେ ପରସ୍ପରଠାରୁ ଅଲଗା କରି ରଖିବେ।

୩) ପୂଜା କରିବା ପାଇଁ ଥିବା ଶଙ୍ଖକୁ ଗଙ୍ଗା ଜଳରେ ଧୋଇ ଧଳା କପଡ଼ାରେ ଘୋଡାଇ ଉଚ୍ଚ ସ୍ଥାନରେ ରଖିବା ଉଚିତ୍।

୪) ସେହିପରି ଫୁଙ୍କିବା ନିମନ୍ତେ ଥିବା ଶଙ୍ଖକୁ ହଳଦିଆ କପଡାରେ ଗୁଡାଇ ରଖିବା ଉଚିତ୍।

୫) କେବେ ହେଲେ ଫୁଙ୍କା ଯାଉଥିବା ଶଙ୍ଖରେ ଭଗବାନଙ୍କୁ ଜଳ ଅର୍ପଣ କରିବେ ନାହିଁ।

୬) ଭଗବାନ ଶିବଙ୍କୁ ପୂଜା କଲାବେଳେ କେବେ ହେଲେ ଶଙ୍ଖରେ ଜଳ ଅର୍ପଣ କରିବେନାହିଁ। ଏହି ସମୟରେ ଶଙ୍ଖକୁ ଶିବଙ୍କ ଆସ୍ଥାନଠୁ ଦୂରରେ ରଖିବେ।

୭) ପୂଜାର ପ୍ରାରମ୍ଭରେ ହେଉ ବା ଶେଷରେ ଶଙ୍ଖକୁ କେବେହେଲେ ଥରେ ଫୁଙ୍କିବେ ନାହିଁ। ସବୁବେଳେ ୩ଥର ହିଁ ଫୁଙ୍କିବେ।

୮) ଶଙ୍ଖ ଫୁଙ୍କିବା ପରେ କେବେ ହେଲେ ଅଇଁଠା ଶଙ୍ଖକୁ ଠାକୁର ଘରେ ରଖିବେ ନାହିଁ। ସବୁ ବେଳେ ଶଙ୍ଖ ଧୋଇ ରଖିବେ।

୯) କେବେ ହେଲେ ଶଙ୍ଖକୁ ତଳେ ରଖିବେ ନାହିଁ। ଶଙ୍ଖକୁ ସବୁବେଳେ କପଡ଼ା, ପିତ୍ତଳ ଥାଳିଆ କିମ୍ବା ଚନ୍ଦନ ପେଡ଼ି ଉପରେ ରଖନ୍ତୁ।

 



from Odisha Reporter https://ift.tt/2B9hK4F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages