
ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଗୋପନୀୟତାର ବିରୋଧାଚରଣକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ରାୟଗଡ଼ା ଜିଲ୍ଲା ଦୌରାଜଜ୍ ଅସିଦ୍ଧ ଘୋଷଣା କରିଛନ୍ତି। ଏଥିସହ ପୁନଃନିର୍ବାଚନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ହାତରୁ ଅଧ୍ୟକ୍ଷ ପଦବୀ ଖସି ଯାଇଛି।
ସୂଚନାଯୋଗ୍ୟ, ୨୦୧୭ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଏଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବିଜେପି ଦଳର ମୁନିଗୁଡ଼ା ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା ଭୋଟ୍ ଦେଇ ବକ୍ସରେ ପକାଇବା ପୂର୍ବରୁ ବାଲଟ୍ ପେପରକୁ ନିଜ ଏଜେଣ୍ଟକୁ ଦେଖାଇବା ପରିବର୍ତ୍ତେ କଂଗ୍ରେସ ଦଳର ଏଜେଣ୍ଟକୁ ଦେଖାଇଥିଲେ।
ଏହାକୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ବିରୋଧ କରିଥିଲେ। ଏନେଇ ସେ ଜିଲ୍ଲା ଜଜ୍ଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଥିଲେ। ଏହାର ବିଚାର କରି ରାୟଗଡ଼ା ଜିଲ୍ଲା ଦୌରାଜଜ୍ ନୂଆ ଏମେଣ୍ଡମେଣ୍ଟ ୧୫୧(୧) ଅନୁଯାୟୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ଏଥିସହ ଏହି ପଦବୀ ପାଇଁ ସାନି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପୁରୁଷୋତ୍ତମ ଗମାଙ୍ଗଙ୍କ ଓକିଲ କହିଛନ୍ତି,“କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ନେଇ ଆମେ ଉଚ୍ଚ ନ୍ୟାୟଳୟକୁ ଯିବୁ।”
from Odisha Reporter https://ift.tt/2EqfbPB
No comments:
Post a Comment