
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥି ଖ୍ରୀଷ୍ଟିୟାନ ମିଶେଲଙ୍କୁ ସିବିଆଇ ଜେରା କରିବା ଆରମ୍ଭ କରିଛି। ତେବେ ପ୍ରଥମ ଦିନରେ ମିଶେଲ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ସିଧାସିଧା ଫାଙ୍କି ଦେଇଛନ୍ତି। ଏଥିସହ ପୂର୍ବତନ ୟୁପିଏ ସରକାରଙ୍କ ଅମଳର କୌଣସି ନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ସେ ଗୋଟିଏ ହେଲେ ବି ଟଙ୍କା ଲାଞ୍ଚ ଦେଇ ନଥିବା କହିଛନ୍ତି।
ସେ କହିଛନ୍ତି, “ ମୁଁ ମାନୁଛି ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଠାରୁ ଟଙ୍କା ନେଇଥିଲି। କିନ୍ତୁ ଏହି ଟଙ୍କା ଲାଞ୍ଚ ଆକାରରେ ନୁହେଁ। ବରଂ କନସଲଟାଣ୍ଟ ଫି’ ଆକାରରେ ଏହି ଅର୍ଥ ନେଇଥିଲି। ସେହିପରି ଏହି ଟଙ୍କା ନେଇ ମୁଁ କାହାକୁ ଦେଇନାହିଁ। ମୁଁ ଲାଞ୍ଚ ସମ୍ପର୍କରେ କୌଣସି ଡାଏରୀରେ କାହା ନାଁ ଲେଖିନାହିଁ।”
ଜଣେ ସିବିଆଇ ଅଧିକାରୀ କହିଛନ୍ତି, “ ମିଶେଲ ନିଜକୁ ଏବଂ କିଛି ରାଜନୀତିକ ନେତାଙ୍କୁ ସୁରକ୍ଷା ଦେବାକୁ ଅନ୍ୟତମ ମଧ୍ୟସ୍ଥି ଗୁଇଡୋ ହାସଚକେଙ୍କ ଉପରେ ସବୁ ଦୋଷ ଲଦି ଦେଉଛନ୍ତି। ସେ ସବୁ ଜାଣିଛନ୍ତି କିନ୍ତୁ ଆମ ପ୍ରଶ୍ନର ଉତ୍ତର ନିଜ ଇଚ୍ଛାରେ ଦେଉଛନ୍ତି। ସେ ଯେତେବେଳେ ଜାଣିଲେ ଟଙ୍କା ନେଣଦେଣ ସମ୍ପର୍କରେ କିଛି ତଥ୍ୟ ଆମ ପାଖରେ ରହିଛି, ସେତେବେଳେ ସେ ଟିକିଏ ଏଗ୍ରେସିଭ୍ ହୋଇଗଲେ। ଆଗକୁ ସେ ସବୁ ତଥ୍ୟ ସାମ୍ନାକୁ ଆଣିବେ।”
ସିବିଆଇ ଚାର୍ଜଶିଟ୍ ଅନୁଯାୟୀ, ମିଶେଲ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ସହ ଦୁଇଟି ଚୁକ୍ତି କରିଥିଲେ। ଗୋଟିଏ ୪୨ ମିଲିୟନ ୟୁରୋ ଏବଂ ଅନ୍ୟଟି ୨୮ ମିଲିୟନ୍ ୟୁରୋ। ତେବେ ୪୨ ମିଲିୟନ୍ ୟୁରୋ ଚୁକ୍ତିକୁ ପରବର୍ତ୍ତୀ ଅବସ୍ଥାରେ ୩୦ ମିଲିୟନ୍ ୟୁରୋକୁ ହ୍ରାସ କରାଯାଇଥିଲା। ଫ୍ୟାମିଲ୍ ଅର୍ଥାତ ପୂର୍ବତନ ବାୟୁସେନା ମୁଖ୍ୟ ଏସ୍ପି ତ୍ୟାଗୀଙ୍କ ପରିବାରର ଲବି ଅନୁସାରେ ଏଭଳି ଚୁକ୍ତି ହୋଇଥିଲା।
ଭାରତ ସରକାର ୨୦୧୦ରେ ୧୨ଟି ଭିଭିଆଇପି ହେଲିକପ୍ଟର କିଣିବାକୁ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ କମ୍ପାନୀ ସହ ୩୬୦୦ କୋଟି ଟଙ୍କାର ଚୁକ୍ତି କରିଥିଲେ। ତେବେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି।
from Odisha Reporter https://ift.tt/2RBIAJz
No comments:
Post a Comment