ପୁଣେରୁ ନିର୍ବାଚନ ଲଢ଼ିବେ ଧକ୍‌ଧକ୍‌ ଗାର୍ଲ ମାଧୁରୀ! ଜାଣନ୍ତୁ କେଉଁ ଦଳ ଦେବେ ଟିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ପୁଣେରୁ ନିର୍ବାଚନ ଲଢ଼ିବେ ଧକ୍‌ଧକ୍‌ ଗାର୍ଲ ମାଧୁରୀ! ଜାଣନ୍ତୁ କେଉଁ ଦଳ ଦେବେ ଟିକେଟ୍‌

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଏବେ ତାଙ୍କ ରାଜନୀତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ବିଜେପି ଦଳରେ ମିଶିବେ। ଖାଲି ସେତିକି ନୁହେଁ, ୨୦୧୯ରେ ପଦ୍ମ ଦଳ ତାଙ୍କୁ ପୁଣେ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ମଧ୍ୟ ଜଣାପଡ଼ିଛି।

ଜୁନ୍‌ ମାସରେ ବିଜେପି ପକ୍ଷରୁ ‘ସମର୍ଥନ ପାଇଁ ସମ୍ପର୍କ” କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସମୟରେ ବିଜେପି ସଭାପତି ଅମିତ ଶାହ ମୁମ୍ବାଇ ସ୍ଥିତ ମାଧୁରୀଙ୍କ ଘରକୁ ଯାଇଥିଲେ। ମାଧୁରୀ ସେତେବେଳେ ବିଜେପିରେ ମିଶିବେ ବୋଲି ନିଜର ଇଚ୍ଛା ପ୍ରକାଶ କରିଥିଲେ।

ପିଟିଆଇକୁ ସୂଚନା ଦେଇ ମହାରାଷ୍ଟ୍ର ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, “ ୫୧ ବର୍ଷୀୟ ମାଧୁରୀଙ୍କୁ ଦଳ ପୁଣେ ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଘୋଷଣା କରାଯିବ। ଏବେ ଦଳ ଲୋକସଭା ନିର୍ବାଚନ ପାଇଁ କିଛି ନେତାଙ୍କ ଟିକେଟ୍‌ ଚୂଡ଼ାନ୍ତ କରୁଛି। ତେଣୁ ଏଥିରେ ମାଧୁରୀଙ୍କ ନାଁ ମଧ୍ୟ ରହିଛି। ମାଧୁରୀ ମଧ୍ୟ ଏହାକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି।”

୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ଅନୀଲ ଶ୍ରୀଲୋରେ ପୁଣେ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କୁ ୩ ଲକ୍ଷ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। କିନ୍ତୁ ଏଥର ସେହି ଆସନରୁ ମାଧୁରୀଙ୍କୁ ବିଜେପି ପ୍ରାର୍ଥୀ କରିବ।



from Odisha Reporter https://ift.tt/2rmLCWE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages