ବିଜୟ ମାଲ୍ୟାଙ୍କୁ ଆଉ ଗୋଟିଏ ସୁଯୋଗ ମିଳୁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ବିଜୟ ମାଲ୍ୟାଙ୍କୁ ଆଉ ଗୋଟିଏ ସୁଯୋଗ ମିଳୁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଗୋଟିଏ ପଟେ ନରେନ୍ଦ୍ର ମୋଦି ସରକାର ପଳାତକ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସ୍ୱଦେଶ ଆଣିବାକୁ ଆଇନ୍‌ଗତ ଲଢ଼େଇ ଜାରି ରଖିଛନ୍ତି। କିନ୍ତୁ ଅନ୍ୟପଟେ ବିଜୟ ମାଲ୍ୟାଙ୍କୁ କାହିଁକି ଇଚ୍ଛାକୃତ ଋଣ ଖିଲାପକାରୀ ବୋଲି ଘୋଷଣା କରାଗଲା ତାକୁ ନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ପ୍ରଶ୍ନ କରିଛନ୍ତି। ଏଥିସହ ଋଣ ପରିଶୋଧ ପାଇଁ ମାଲ୍ୟାଙ୍କୁ ଆଉ ଏକ ସୁଯୋଗ ମିଳିବା ଦରକାର ବୋଲି ସେ କହିଛନ୍ତି।

ଟାଇମ୍ସ ନେଟୱର୍କ ଇକୋନୋମିକ କନକ୍ଲେଭରେ ନିଜର ମତ ରଖି ଶ୍ରୀ ଗଡ଼କରୀ କହିଛନ୍ତି, “ ଯଦି ବିଜୟ ମାଲ୍ୟା ଏବଂ ହୀରା ବ୍ୟବସାୟ ନିରବ ମୋଦି ଜାଲିଆତି କରିଛନ୍ତି, ତା’ହେଲେ ସେମାନଙ୍କୁ ଜେଲ ପଠାଇ ଦିଆଯାଉ। କିନ୍ତୁ ଯଦି କେହି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାରୁ ଟଙ୍କା ଶୁଝି ପାରୁନି, ତା’ହେଲେ ଆମେ ତାଙ୍କୁ କେବେ ହେଲେ ପଳାତକ ବା ଋଣ ଖିଲାପକାରୀ କହିପାରିବା ନାହିଁ। ଏମିତି ହେଲେ ଦେଶର ଅର୍ଥନୀତି କେବେହେଲେ ଆଗକୁ ବଢ଼ିବ ପାରିବ ନାହିଁ।”

ମାଲ୍ୟାଙ୍କ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, “ ମାଲ୍ୟା ଦୀର୍ଘ ବର୍ଷ ହେଲାଣି ମହାରାଷ୍ଟ୍ରର ସିକମ୍‌(ରାଜ୍ୟ ସରକାରଙ୍କ ଏକ ଉଦ୍ୟୋଗ)ଠାରୁ ଋଣ ନେଉଥିଲେ ଏବଂ ଏହାର ସୁଧ ପରିଶୋଧ ମଧ୍ୟ କରୁଥିଲେ। ଯଦି ଜଣେ ବ୍ୟକ୍ତି ୪୦ ବର୍ଷ ହେଲାଣି ଋଣ ନେଉଥିଲା ଏବଂ ଏ ବାବଦରେ ସୁଧ ମଧ୍ୟ ଦେଉଥିଲା। କିନ୍ତୁ କୌଣସି କାରଣ ବଶତଃ ସେ କିଛି ବର୍ଷ ହେଲାଣି ସୁଧ ଦେଇପାରୁନାହିଁ, ତା’ହେଲେ କ’ଣ ଆମେ ତାଙ୍କୁ ଇଚ୍ଛାକୃତ ଋଣ ଖିଲାପକାରୀ ବୋଲି କହିବା? ମାଲ୍ୟା ବେସାମରିକ ବିମାନ ଚଳାଚଳ ବ୍ୟବସାୟରେ ପଶିବା ପରେ ହିଁ ଋଣ ଶୁଝିବାରେ ଅକ୍ଷମତା ପ୍ରକାଶ କରିଛନ୍ତି। ତେଣୁ ତାଙ୍କୁ ଋଣ ଶୁଝିବା ପାଇଁ ସୁଯୋଗ ମିଳିବା ଦରକାର।”



from Odisha Reporter https://ift.tt/2Lfwx2o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages