
ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ର ଖୁଣ୍ଟୁଣୀ ବଜାରରେ ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି।
ପାଞ୍ଚ ଜଣ ଆହତଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ବସ୍ଟି ନୂଆପଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଭୋର୍ ପ୍ରାୟ ୫ଟା ୧୫ ବେଳେ ଏହି ଦୁର୍ଘଟଣା ଘଟିଥିଲା।
ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2rCD6Tr
No comments:
Post a Comment