
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ଚିଙ୍ଗୁଡ଼ି ଝୋଳ ବା ମସଲା କି କଷା ଖାଇଥିବେ। ଆଜି ଆମେ କିନ୍ତୁ ଆପଣଙ୍କୁ ସୁଆଦିଆ ‘ଦହି ଚିଙ୍ଗୁଡ଼ି’ର ପ୍ରସ୍ତୁତି ସମ୍ପର୍କରେ ଟିପ୍ସ୍ ଦେବୁ।
ଆବଶ୍ୟକୀ ସାମଗ୍ରୀ– ଚିଙ୍ଗୁଡ଼ି, ବସା ଦହି, ସୋରିଷ, ରସୁଣ, ଲଙ୍କା, ଲୁଣ, ହଳଦୀ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ସେଥିରେ ଲୁଣ, ହଳଦୀ, ତେଲ ଏବଂ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବେ ବାଟି ଚିଙ୍ଗୁଡି ଓ ଦହିଗୋଳା ସହିତ ମିଶାନ୍ତୁ। ଏବେ ଏ ସମସ୍ତ ମିଶ୍ରଣକୁ ଢାଙ୍କୁଣୀ ଥିବା କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ ଏବଂ ଚିଙ୍ଗୁଡ଼ି ହୋଇ ଆସିଲେ ଅଳ୍ପ ଝୋଳ ଥିବା ଅବସ୍ଥାରେ କଡ଼େଇ ଓହ୍ଲାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘ଦହି ଚିଙ୍ଗୁଡି’। ଏହାକୁ ଗରମ ଗରମ ପରଷନ୍ତୁ।
from Odisha Reporter http://bit.ly/2QaNLyx
No comments:
Post a Comment