ଘୁଷୁରି ଗୁହାଳେ ଜଳି ଗଲେ ଦୁଇ ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଘୁଷୁରି ଗୁହାଳେ ଜଳି ଗଲେ ଦୁଇ ଶିଶୁ

child

ତେଲକୋଇ (ଚିନ୍ମୟ କୁମାର ସାହୁ): ଘରେ କେହି ନଥିଲେ। ସମସ୍ତେ ଜମିକୁ କାମ କରିବାକୁ ଯାଇଥିଲେ। ୩ ବର୍ଷର ଛୁଆ ଦୁଇଟି ଘର ଅଗଣାରେ ଖେଳୁ ଥିଲେ। ଖେଳୁ ଖେଳୁ ପାଳଗଦାରେ ନିଆଁ ଲଗାଇ ପାଖରେ ଥିବା ଘୁଷୁରି ଗୁହାଳେ ଲୁଚି ଯାଇଥିଲେ। ତେବେ ପାଳଗଦାରୁ ନିଆଁ ଯାଇ ଘୁଷୁରି ଗୁହାଳରେ ଲାଗି ଗଲା ଓ ଶିଶୁ ଦୁଇଟି ସେଥିରେ ପୋଡ଼ି ଗଲେ। ଏ ଦୁଃଖଦ ଘଟଣାଟି ଘଟିଛି, କେନ୍ଦୁଝର ଜିଲ୍ଲା ବାଁଶପାଲ ବ୍ଳକ୍ ନୟାକଟ ଥାନା ଅନ୍ତର୍ଗତ ଅଡ଼ାଳ ମୁଣ୍ଡା ସାହିରେ।

ମୃତ ଦୁଇ ଶିଶୁ ହେଲେ ରାହୁଲ ଓ ସାଗର ମୁଣ୍ଡା। ରାହୁଲ ହେଉଛି ଗାଁର କହ୍ନେଇ ମୁଣ୍ଡାଙ୍କ ପୁଅ। ଆଉ ସାଗର ହେଉଛି ତାଙ୍କ ପୁତୁରା ଅର୍ଥାତ୍ ତାଙ୍କ ସାନ ଭାଇ ହୃଦାନନ୍ଦଙ୍କ ପୁଅ।

ଉଭୟ କହ୍ନେଇ ଓ ହୃଦାନନ୍ଦଙ୍କ ପରିବାର ଲୋକେ ଜମିକୁ କାମ କରିବାକୁ ଯାଇଥିବା ବେଳେ ଏ ଘଟଣା ଘଟିଥିଲା। ଅର୍ଦ୍ଧଦଗ୍ଧ ପିଲାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ବାଁଶପାଳ ଅଞ୍ଚଳରେ ଲୋକେ ଘୁଷୁରି ରଖିବା ପାଇଁ ପ୍ରାୟ ୩ ଫୁଟ୍ ଉଚ୍ଚର ଛୋଟ ଛୋଟ ଗୁହାଳ କରି ଥାଆନ୍ତି। ଛୋଟ ଛୋଟ ଗୁହାଳ ଯୋଗୁ ପିଲା ଦୁଇଟି ବାହାରି ନ ପାରିବାରୁ ଏମିତି ଏକ ଘଟଣା ଘଟିଗଲା ବୋଲି କୁହାଯାଉଛି।



from Odisha Reporter https://ift.tt/2BiVYvh

1 comment:

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages