
ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଏକ ଅଜବ ନୋଟିସ୍ ଜାରି କରିଛନ୍ତି। ନୋଟିସ୍ ଅନୁସାରେ ରାସ୍ତାକଡ଼ରେ ଛିଡ଼ା ହୋଇ ଛାତ୍ରଙ୍କ ସହ କୌଣସି ଛାତ୍ରୀ କଥାବାର୍ତ୍ତା କରିପାରିବେ ନାହିଁ।
ରୋହିଣୀ ଛାତ୍ରୀ ନିବାସର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ୍ ଜାରି କରାଯାଇଛି। ଏହାସହ ନୋଟିସରେ ଦର୍ଶାଯାଇଛି ଯେ, ଯଦି କେହି କଟକଣା ମାନିବେନି ତେବେ ତାଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦଣ୍ଡବିଧାନ ହେବ।
ଏନେଇ କୁଳପତିଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଭିସୁଟ୍ର ଭାରପ୍ରାପ୍ତ ଡିନ୍ ପୀୟୂଷ ରଂଜନ ଦାଶ କହିଛନ୍ତି, “ଛାତ୍ରଛାତ୍ରୀମାନଙ୍କ ପାଇଁ ଭଲ ପଦକ୍ଷେପ ନିଆଯାଇଛି। ପୂର୍ବରୁ ଅଭିଭାବକ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ ବିଭିନ୍ନ ଅଭିଯୋଗ ଆସିଥିଲା। ତେଣୁ ସମସ୍ତଙ୍କୁ ଶୃଙ୍ଖଳିତ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।”
from Odisha Reporter https://ift.tt/2DXZJJE
No comments:
Post a Comment