ମୁଖିଆଙ୍କୁ ଗାଳି ଦେଇ ଦେଇ ଏବେ ଦଳରେ ନଂ-୩ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ମୁଖିଆଙ୍କୁ ଗାଳି ଦେଇ ଦେଇ ଏବେ ଦଳରେ ନଂ-୩

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ରାଜନେତାମାନଙ୍କ ଦୟନୀୟ ସ୍ଥିତିର ଫାଇଦା ଉଠାଇ ଏବେ ଅଫିସରମାନେ ଜଣେ ପରେ ଜଣେ ଅଧିକ କ୍ଷମତାଶାଳୀ ହେବାରେ ଲାଗିଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ମାତ୍ର ୫-୬ବର୍ଷ ପୂର୍ବରୁ ବିଜେଡି ମୁଖିଆଙ୍କ ଦୋଷ ଦୁର୍ବଳତା ଖୋଜି ଗାଳି ଦେଉଥିବା ଜଣେ ଅଫିସର ଏବେ କୁଆଡ଼େ ସେହି ବିଜେଡିର ତିନି ନମ୍ବର ମୁଖିଆ ପାଲଟିଗଲେଣି।ବାବୁଙ୍କର କ୍ଷମତା ଏତେ ଅଧିକ ଯେ ତୃତୀୟ ମହଲାର କିଛି ସରକାରୀ ଅଫିସର କୁଆଡ଼େ ତାଙ୍କୁ ରିପୋର୍ଟ କରୁଛନ୍ତି। ବାବୁ ଖୁବକମ୍ ଦିନ ମଧ୍ୟରେ ଦଳରେ ନିଜର ପ୍ରଭାବ ବିସ୍ତାର କରି ମାସିକ ଖର୍ଚ୍ଚ ହେଉଥିବା ଦଳୀୟ ପାଣ୍ଠି ଉପରେ ନିଜର ହାକିମାତି ଜାହିର କରିସାରିଲେଣି। ଦଳର ସୋଶାଲ ମିଡିଆଠୁ ଆରମ୍ଭ କରି ହ୍ୱାଟସଅପ୍ , ମହିଳା ଏସଏଚଜି, କଲଚରାଲ୍ ଓ ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟ କୁଆଡ଼େ ତାଙ୍କ ନିୟନ୍ତ୍ରଣକୁ ଆସିଛି। ଏପରିକି ଦଳର ପ୍ରଚାରପ୍ରସାର ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯେଉଁ ମୋଟା ଅଙ୍କର ବଜେଟ୍ ଖର୍ଚ୍ଚ ହେଉଥିଲା ତାହା କୁଆଡ଼େ ଏବେ ବାବୁଙ୍କ ନିୟନ୍ତ୍ରଣରେ।

ସୁପ୍ରିମୋଙ୍କ ଅଗଣାରେ ଥିବା ଅସ୍ଥାୟୀ ଟେଣ୍ଟ ହାଉସରେ ଅଫିସ୍ କରିଥିବା ଏହି ବାବୁ କୁଆଡ଼େ ଇତିମଧ୍ୟରେ ଏୟାରପୋର୍ଟ ପାଖ ଏକ ଅଞ୍ଚଳରେ ବଡ଼ ଅଫିସଟିଏ ଖୋଲିଛନ୍ତି। ଆଉ ସେଠାରେ କୁଆଡ଼େ ଦଳର ଏକ ନିର୍ଦ୍ଦିଷ୍ଟ ଶାଖାର କିଛି ନେତ୍ରୀ କୁଆଡ଼େ ନିୟମିତ ଡେରା ପକାଉଛନ୍ତି। ସହଜେ ତ ବାବୁ କୁଆଡ଼େ ନିଜର ‘ଆଳୁଦୋଷ’ ପାଇଁ ପୂର୍ବରୁ ବିବାଦରେ ରହିଆସିଛନ୍ତି। ଆଉ ଏବେ ଯେଭଳି ଅଖଣ୍ଡ କ୍ଷମତା ମିଳିଛି କୁଆଡ଼େ ତା’ର ଫାଇଦା ଉଠାଇବାରେ ଲାଗିଛନ୍ତି। ବାବୁ କୁଆଡ଼େ ଘଣ୍ଟାଘଣ୍ଟା ଧରି କାହା ସହ ଟେଲିଗ୍ରାମରେ ଚ୍ୟାଟିଂଠୁ ଆରମ୍ଭ କରି ଗପିବା ଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଦଳ ପାଖରେ ଏବେ ପାଣ୍ଠିର ଅଭାବ ନଥିବାରୁ କୁଆଡ଼େ ଏହି ବାବୁ ରାତି ପାହିବାମାତ୍ରେ ବିଭିନ୍ନ କାରଣ ଦର୍ଶାଇ ସୁପ୍ରିମୋଙ୍କ ଅଗଣାରୁ ନିୟମିତ ମୋଟା ଅଙ୍କର ପାଣ୍ଠି ମଧ୍ୟ ଉଠାଇବାରେ ଲାଗିଛନ୍ତି।

ଚର୍ଚ୍ଚା ହେଉଛି, ଏହି ଅଫିସରବାବୁ କୁଆଡ଼େ ଏବେ ଜିଲ୍ଲା ଗସ୍ତରେ ଯାଇ ସାଂଗଠନିକ ସମୀକ୍ଷା କରିବା ସହ ପାଣ୍ଠି ଆଦାୟରେ ଲିପ୍ତ ରହିଲେଣି। ବାବୁଙ୍କର ଉପରେ ଅଚାନକ ଏଭଳି ଆର୍ଥିକ ଦାୟିତ୍ୱ ନ୍ୟସ୍ତ ହେବାକୁ କୁଆଡ଼େ ଦଳର ଜଣେ ପ୍ରଭାବଶାଳୀ ଯୁବନେତା ସହଜରେ ଗ୍ରହଣ କରିପାରିନାହାନ୍ତି। ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ବିଶ୍ୱସ୍ତ ଏହି ଯୁବନେତା କୁଆଡ଼େ ପୂର୍ବରୁ ସେହି ପାଣ୍ଠିର ଉପଯୋଗ କରୁଥିଲେ। ଏବେ ଏହି ବାବୁଙ୍କର ଏଣ୍ଟ୍ରି ଯୋଗୁ ତାଙ୍କର ହାତପାଣ୍ଠି ବନ୍ଦ ହୋଇଯାଇଛି। କେବଳ ସେହି କାରଣରୁ ସମ୍ପୃକ୍ତ ଯୁବନେତା ଏବେ କୁଆଡ଼େ ରକ୍ତଚାଉଳ ଚୋବାଇ ହେଉଛନ୍ତି। ତେବେ ଦ୍ୱିତୀୟ କ୍ଷମତାକେନ୍ଦ୍ର ସମ୍ପୂର୍ଣ୍ଣ ନିରବ ରହିବା ଯୋଗୁ ବାବୁଙ୍କୁ କୁଆଡ଼େ ତାଙ୍କର ଆଳୁଦୋଷରେ ଛନ୍ଦି ସବୁଦିନ ପାଇଁ ସାଇଡ୍ କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ।



from Odisha Reporter https://ift.tt/2StrMEB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages