ଆପଣଙ୍କ ଘରର ପୂର୍ବ ଦିଗରେ ଦୋଷ ରହିଛି କି ? କିପରି ଦୂର କରିବେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଆପଣଙ୍କ ଘରର ପୂର୍ବ ଦିଗରେ ଦୋଷ ରହିଛି କି ? କିପରି ଦୂର କରିବେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଘର ତିଆରି କରିବା ସମୟରେ ବାସ୍ତୁ ବିଶାରଦଙ୍କ ସହିତ ପରାମର୍ଶ କରିଥାନ୍ତି। ବାସ୍ତୁ ଅନୁସାରେ ଘର ତିଆରି ନ ହେଲେ ଆପଣଙ୍କ ଜୀବନରେ ଅନେକ କୁପରିଣାମ ସହିବାକୁ ପଡ଼ିଥାଏ।

ବାସ୍ତୁ ବିଶାରଦଙ୍କ ମତରେ ଘର ତିଆରି କରିବା ସମୟରେ ପଶ୍ଚିମ ଦିଗକୁ ସର୍ବଦା ଉଚ୍ଚା ସ୍ଥାନରେ ରଖିବା ଉଚିତ୍‌। ଏହି ଦିଗ ହେଇଛି, ମା’ଙ୍କର ଦିଗ। ସେଥିପାଇଁ ଏହାକୁ ଉଚ୍ଚା ସ୍ଥାନରେ ରଖିବା ପାଇଁ କୁହାଯାଇଥାଏ। ସେହିପରି ପୂର୍ବ ଦିଗକୁ ପଶ୍ଚିମ ଦିଗ ତୁଳନାରେ ନିଚ୍ଚା ସ୍ଥାନରେ ରଖିବା ପାଇଁ କୁହାଯାଇଥାଏ।

ତେବେ ଅନେକ ଲୋକଙ୍କ ଘରେ ପୂର୍ବ ଦିଗ ଉଚ୍ଚା ସ୍ଥାନରେ ରହିଥିବା ବେଳେ ପଶ୍ଚିମ ଦିଗରେ ନିଚ୍ଚା ହୋଇ ରହିଥାଏ। ଯାହା ଯୋଗୁ ଆପଣଙ୍କ ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।

ଏଥିପାଇଁ ଆପଣଙ୍କର ବ୍ୟବସାୟ ଓ ଚାକିରି କ୍ଷତି ହେବା ସହିତ ଆପଣଙ୍କ ପରିବାର ସଦସ୍ୟଙ୍କ ଦେହ ସର୍ବଦା ଅସୁସ୍ଥ ରହିଥାଏ।
ତେବେ ଏହି ବାସ୍ତୁ ଦୋଷକୁ କାଟିବା ପାଇଁ ଅନେକ ଉପାୟ ରହିଛି, ଆସନ୍ତୁ ଜାଣିବା ଘରର ପୂର୍ବ ଦିଗରେ ବାସ୍ତୁ ଦୋଷ ରହିଥିଲେ, ଏକାକୁ କିପରି ଦୂର କରିବେ ଏବଂ ଏହି ବାସ୍ତୁ ଦୋଷ ଥିଲେ, କେଉଁ ସବୁ ସମସ୍ୟା ସୃଷ୍ଟି ହୋଇଥାଏ।

  • ପୂର୍ବ ଦିଗମୁହାଁ ଘରେ ବଡ଼ କବାଟ ଓ ଝରକା ରଖନ୍ତୁ। ସକାଳୁ ସୂର୍ଯ୍ୟ କିରଣ ଦିନ ୧୧ଟା ପର୍ଯ୍ୟନ୍ତ ଯେପରି ପଡୁଥିବ। ଏହା ଫଳରେ ଘର ଲୋକଙ୍କର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି ହୁଏ। ପୂର୍ବ ଦିଗକୁ ଥିବା ଜାଗା ସଫାସୁତୁରା ରଖିବା ଉଚିତ୍। ଯେତେଦୂର ସମ୍ଭବ ପୂର୍ବ ଦିଗରେ ପାଇଖାନା ରଖିବେ ନାହିଁ କିମ୍ବା ପୂର୍ବ ଦିଗରେ ବଡ଼ ଗଛ ନ ଥିଲା ଭଲ ଓ ବେଶି ଜାଗା ସେ ଦିଗରେ ଛାଡ଼ିବା ଉଚିତ୍।
  • ପୂର୍ବ ଦିଗ ଜମି ନୀଚା ରଖିବେ। ପଶ୍ଚିମ ଦିଗ ପତନରେ ରହିଲେ ଗୃହସ୍ଵାମୀ ଦରିଦ୍ର ହୁଅନ୍ତି। ସନ୍ତାନମାନେ ମଧ୍ୟ କୁବୁଦ୍ଧି ଯୁକ୍ତ ହୋଇଥାନ୍ତି।
  • ପୂର୍ବ ଦିଗରେ ଖାଲି ଜାଗା ନ ଛାଡ଼ି କରି ଯଦି ପ୍ରାଚୀରକୁ ଲଗାଇ ନିର୍ମାଣ କାର୍ଯ୍ୟ କରାଯାଏ ତେବେ ପୁତ୍ର ସନ୍ତାନ କମ୍ ହୁଅନ୍ତି ଅଥବା ବିକଳାଙ୍ଗ ସନ୍ତାନ ଜନ୍ମ ହୁଅନ୍ତି।
  • ପୂର୍ବ ଦିଗରେ ନିର୍ମିତ ମୁଖ୍ୟ ଦ୍ଵାର କିମ୍ବା ଅନ୍ୟ ଦ୍ଵାର ଯଦି ଆଗ୍ନେୟ ଅଭିମୁଖୀ ହୁଏ ତେବେ ଦାରିଦ୍ର୍ୟ, ଅଦାଲତି ବିବାଦ, ଚୋରି ଓ ଅଗ୍ନିଭୟ ଲାଗିରୁହେ।
  • ପୂର୍ବ ଦିଗରେ ଘର ମେଜିଆଠାରୁ ଯଦି ଚଉତରା ଉଚ୍ଚା ହୁଏ ତେବେ ଅଶାନ୍ତି, ଆର୍ଥିକ ବ୍ୟାୟ ବଢ଼େ ଏବଂ ଗୃହସ୍ଵାମୀ ଋଣଗ୍ରସ୍ତ ହୋଇଥାନ୍ତି।
  • ପୂର୍ବ ଦିଗରେ ସଡ଼କକୁ ଲାଗି ତିଆରି ହୋଇଥିବା ଘରର ପଶ୍ଚିମରେ ଖାଲି ସ୍ଥାନ ନୀଚହେଲେ ସେହି ଘରର ପୁରୁଷମାନେ ଦୀର୍ଘ ବ୍ୟାଧିଗ୍ରସ୍ତ ହୋଇଥାନ୍ତି।
  • ପୂର୍ବଦିଗରେ ମଇଳାଗଦା, ଭଙ୍ଗା ଇଟା, ଭଙ୍ଗାପଥର ଗଦା, ମାଟି ଗଦା ରହିଲେ ସନ୍ତାନହାନୀ ହୁଏ ।
  • ପୂର୍ବ ଦିଗରେ ଖାଲି ସ୍ଥାନ ନ ଥିଲେ, କିମ୍ବା ପୂର୍ବ ପଟ ଉଚ୍ଚାରହି ପଶ୍ଚିମ ପଟ ଢାଲୁଥିଲେ ଆଖି ରୋଗ ହୁଏ ।
  • ଘର ଉଡ଼ା ଦେବାକୁ କରିଥିଲେ ଗୃହକର୍ତ୍ତା ଉଚ୍ଚା ପଟରେ ରହି ନିମ୍ନପଟ ଭଡାଦେବା ଉଚିତ । ନିମ୍ନ ସ୍ଥାନ ଥିବାପଟ ଘର ଭଡା ନ ମିଳିଲେ ନିଜେ ବ୍ୟବହାର କରିବେ । ଗୃହକର୍ତ୍ତା ଯଦି ଉତ୍ତରକୁ ରାହୁଥିବେ ବହୁ ସମସ୍ୟାରେ ପଡ଼ିବେ ।
  • ପୂର୍ବ ମୁହାଁ ଘରର ପାଚେରୀ ପୂର୍ବ ଦିଗକୁ ଉଚ୍ଚା ରଖିବେ ନାହିଁ। ଯେପରି ରାସ୍ତାକୁ ଘର ମୁଖ୍ୟ ଦ୍ଵାର ଦେଖାଯିବା ଦରକାର। ପୂର୍ବ ଦିଗରେ ପାଚେରୀ କାନ୍ଥ ପଶ୍ଚିମ ଦିଗ କାନ୍ଥ ଠାରୁ ଉଚ୍ଚା ରହିଲେ ସନ୍ତାନମାନଙ୍କର ଉପରେ ପ୍ରଭାବ ପଡ଼େ।
  • ଯଦି ଘରେ ବାସ୍ତୁ ଦୋଷ ଥାଏ ଗୃହକର୍ତ୍ତା ଓ ଭଡ଼ା ନେଇଥିବା ଲୋକ ମଧ୍ୟ ଅସୁବିଧା ଭୋଗିଥାନ୍ତି ।
  • ଘରର ପୂର୍ବ ଦିଗରେ ଯଦି ପହାଡ଼ ଥାଏ । ସେ ଘରେ ସୂର୍ଯ୍ୟ କିରଣ ପଡେନି, ତେବେ ସେ ଘରର କର୍ତ୍ତା ସରକାରୀ ଅଫିସରଙ୍କ ରୋଷର ଶିକାର ହୁଅନ୍ତି। ଚାକିରିରେ ବାର଼ମ୍ବାର ବଦଳି, ଚାକିରି କଷ୍ଟ, ଜମିବାଡ଼ି ମାଲିମକୋଦ୍ଦମାରେ ଅର୍ଥନାଶ ହୁଏ।


from Odisha Reporter https://ift.tt/2QXeEuh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages