ଏହି ରାଶିର ମହିଳା ନିଜ ସ୍ୱାମୀଙ୍କୁ ରଖନ୍ତି ହାତମୁଠାରେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଏହି ରାଶିର ମହିଳା ନିଜ ସ୍ୱାମୀଙ୍କୁ ରଖନ୍ତି ହାତମୁଠାରେ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ମହିଳା ଅଛନ୍ତି ଯେଉଁମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣ ରଖିବାର କଳା ଜାଣନ୍ତି। ଏମାନେ କେବଳ ସ୍ୱାମୀ ନୁହେଁ ବରଂ ପୂରା ଘରକୁ ନିଜ ନିୟନ୍ତ୍ରଣରେ ରଖିଥାନ୍ତି। ହେଲେ ସବୁ ମହିଳାଙ୍କ କ୍ଷେତ୍ରରେ ଏମିତି ହୋଇ ନ ଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ମହିଳାମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି।

ବୃଷ: ଏହି ରାଶିର ମହିଳାମାନେ  ସ୍ୱଭାବରେ ଶାନ୍ତ ଓ ସାହସୀ ହୋଇଥାନ୍ତି। ସବୁ ସମସ୍ୟାକୁ ଏମାନେ ସାମ୍ନା କରିବାର ସାହସ ରଖନ୍ତି। କାହା ଆଗରେ ମୁଣ୍ଡ ନୂଆଁଇବା ଏମାନଙ୍କୁ ପସନ୍ଦ ନୁହଁ। ଏହି ଗୁଣ ପାଇଁ ସେମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି।

ବିଛା: ଏହି ରାଶିର ମହିଳାମାନେ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥାନ୍ତି। ଏମାନେ ବେଶି ଲୋକଙ୍କ ସହ ମିଶନ୍ତି ନାହିଁ। କାହାକୁ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ। ଏମାନେ ଘରକୁ ନିଜ ଅଧୀନରେ ରଖିଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ କେମିତି ନିୟନ୍ତ୍ରଣରେ ରଖି ହେବ ସେ କଳା ବେଶ ଭଲ ଭାବେ ଜାଣନ୍ତି। ।

କର୍କଟ: ଏମାନେ ଟିକେ ରାଗୀ ପ୍ରକୃତିର ହୋଇଥାନ୍ତି। କୌଣସି ଭୁଲ୍‌କୁ ଏମାନେ ସହଜରେ କ୍ଷମା କରି ନ ଥାନ୍ତି। ଏହି ରାଶିର ମହିଳାମାନେ ଅନ୍ୟମାନଙ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି। ସ୍ୱାମୀଙ୍କୁ ବି ଏମାନେ ନିଜ ନିୟନ୍ତ୍ରଣରେ ରଖନ୍ତି।

ସିଂହ: ଏହି ରାଶିର ମହିଳାମାନେ କାହାରି ଅଧୀନରେ ରହିବାକୁ ଭଲପାଆନ୍ତି ନାହିଁ। ଏମାନେ ଖୋଲା ଆକାଶର ବିହଙ୍ଗ ପରି ବଞ୍ଚିବାକୁ ଚାହାଁନ୍ତି। ହେଲେ ନିଜ ସ୍ୱାମୀଙ୍କୁ କିପରି ନିଜ ସବୁ କଥାରେ ରାଜି କରେଇ ହେବ ସେ କଳା ମଧ୍ୟ ବେଶ୍‌ ଭଲଭାବେ ଜାଣନ୍ତି।

ମକର: ଏମାନଙ୍କ ଠାରେ ସବୁ ଜିନିଷରେ ନେତୃତ୍ୱ ନେବାର ଦକ୍ଷତା ରହିଛି। ଏମାନେ ଶକ୍ତିଶାଳୀ ଓ ମାନସିକ ସ୍ତରରେ ଦୃଢ଼ ପୁରୁଷଙ୍କୁ ବିବାହ କରିବାକୁ ଚାହାଁନ୍ତି। ଯଦି ଏପରି ସାଥୀ ନ ମିଳେ ତେବେ ଏମାନେ ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ଆରମ୍ଭ କରିଦିଅନ୍ତି।



from Odisha Reporter https://ift.tt/2Bkw9Lo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages