ପତ୍ନୀଙ୍କୁ ହତ୍ୟା କରି ତନ୍ଦୁରରେ ପୋଡ଼ିଥିଲେ, ଏବେ ଜେଲରୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ପତ୍ନୀଙ୍କୁ ହତ୍ୟା କରି ତନ୍ଦୁରରେ ପୋଡ଼ିଥିଲେ, ଏବେ ଜେଲରୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲର: ବହୁଚର୍ଚ୍ଚିତ ୧୯୯୫ ମସିହାର ତନ୍ଦୁର ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ଦିଲ୍ଲୀର ପୂର୍ବତନ କଂଗ୍ରେସ ବିଧାୟକ ସୁଶୀଲ ଶର୍ମାଙ୍କୁ ତୁରନ୍ତ ମୁକ୍ତି ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ ୧୯୯୫ରୁ ଦୋଷୀ ସାବ୍ୟସ୍ତ ହୋଇ ବନ୍ଦୀ ଜୀବନ ବିତାଉଛନ୍ତି। ସୁଶୀଲ ଶର୍ମା ତାଙ୍କ ପତ୍ନୀ ନୈନା ସାହନୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ତନ୍ଦୁରୀ ଚୁଲାରେ ପୋଡ଼ି ଦେଇଥିଲେ। ତେଣୁ ଏହି ଘଟଣା ତନ୍ଦୁର ହତ୍ୟାକାଣ୍ଡ ନାଁରେ ପରିଚିତ ହୋଇଥିଲା।

ପତ୍ନୀ ନୈନା ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ କରି ସୁଶୀଲ ତାଙ୍କୁ ୧୯୯୫ରେ ଗୁଳି କରି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ସେ ଏହାକୁ ଯମୁନାରେ ଫୋପାଡ଼ି ଦେବାକୁ ପ୍ରଥମେ ଯୋଜନା କରିଥିଲେ। ହେଲେ ରାସ୍ତା ଉପରେ ଗାଡ଼ିମୋଟର ଭିଡ଼ ଥିବାରୁ ସେ ନିଜ ଯୋଜନା ବଦଳାଇ ପତ୍ନୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଦିଲ୍ଲୀରେ ଥିବା ତାଙ୍କ ନିଜ ମାଲିକାନାରେ ଚାଲୁଥିବା ରେଷ୍ଟୁରାଣ୍ଟର ତନ୍ଦୁର ଚୁଲାରେ ଜାଳି ଦେଇଥିଲେ।

୨୦୦୩ରେ ଦିଲ୍ଲୀର ଏକ କୋର୍ଟ ଏଭଳି ଅତ୍ୟନ୍ତ ଜଘନ୍ୟ ହତ୍ୟାକାଣ୍ଡ ନିମନ୍ତେ ସୁଶୀଲଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୦୭ରେ ଦିଲ୍ଲୀ ହାଇକୋର୍ଟ ଏହାକୁ କାଏମ ରଖିଥିଲେ। କିନ୍ତୁ ୨୦୧୩ରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡକୁ କୋହଳ କରି ଦେଇଥିଲେ। ପ୍ରାୟ ୨୩ ବର୍ଷ କାଳ ଜେଲ୍‌ରେ ରହିଥିବାରୁ ସୁଶୀଲ ଚଳିତ ବର୍ଷ ମୁକ୍ତି ପାଇଁ ଆବେଦନ କରିଥିଲେ। କିନ୍ତୁ ଦିଲ୍ଲୀ ସରକାର ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।



from Odisha Reporter http://bit.ly/2EEf8Pp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages