ଭୟଙ୍କର ଭୂସ୍ଖଳନରେ ୭ ମୃତ, ଏକାଧିକ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଭୟଙ୍କର ଭୂସ୍ଖଳନରେ ୭ ମୃତ, ଏକାଧିକ ନିଖୋଜ

ଡେରାଡୁନ୍‌: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ଗୌରୀକୁଣ୍ଡ ଜାତୀୟ ରାଜପଥର ବଂଶୱାରା ଠାରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି କେତେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି ମାଟି ତଳୁ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବଂଶୱାରାଠାରେ ଥିବା ଏକ ପାହାଡ଼ର କିଛି ଅଂଶକୁ ଶ୍ରମିକମାନେ ଭାଙ୍ଗୁଥିଲେ। ଏହି ସମୟରେ ମାଟି ଅତଡ଼ା ଖସିବା ଆରମ୍ଭ ହୋଇଥିଲା। ଫଳରେ ଶ୍ରମିକମାନେ ଏହା ତଳେ ଚାପି ହୋଇଯାଇଥିଲେ। ମୃତ ଓ ନିଖୋଜ ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ଉତ୍ତର ପ୍ରଦେଶ ଓ ବିହାରର ବୋଲି ଜଣାପଡ଼ିଛି।

ମାଟି ଅତଡ଼ା ଖସିବା ଘଟଣାକୁ ସ୍ୱୀକାର କରି ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଏଠାରେ କେତେଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ଜଣାପଡ଼ି ନାହିଁ। କିନ୍ତୁ ଆମେ ୭ ଜଣଙ୍କ ମୃତଦେହ ପାଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରିଛୁ। ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ”

ରୁଦ୍ରପ୍ରୟାଗ ଡିଏମ କହିଛନ୍ତି, “ପାହାଡ଼ ପାଖ ରାସ୍ତାରେ ୨୩ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ଘଟଣା ପରେ ୧୨ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ତେବେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ବାକି ୨ ଜଣଙ୍କ କୌଣସି ପତ୍ତା ମିଳିନାହିଁ।”



from Odisha Reporter http://bit.ly/2PSAXgf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages