ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ଦଙ୍ଗା ମାମଲାରେ କେଜ୍ରିୱାଲଙ୍କୁ କ୍ଲିନ୍‌ଚିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ଦଙ୍ଗା ମାମଲାରେ କେଜ୍ରିୱାଲଙ୍କୁ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ୬ ଜଣଙ୍କୁ ଆଜି ଦିଲ୍ଲୀର ଏକ କୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୧୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଘର ଆଗରେ ହୋଇଥିବା ଦଙ୍ଗା ଘଟଣାରେ ଏମାନଙ୍କ ସଂପୃକ୍ତି ନାହିଁ ବୋଲି ଆଜି କୋର୍ଟ ସ୍ପଷ୍ଟ କରିଛନ୍ତି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ୍‌ ଏହି ରୁଲିଂ ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୦୧୨ ମସିହା ଅଗଷ୍ଟ ୨୬ରେ କେଜ୍ରିୱାଲ ଏବଂ ଅନ୍ୟମାନେ କୋଇଲା ଦୁର୍ନୀତିକୁ ନେଇ ମନମୋହନ ସିଂହଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଏହାକୁ ଏଥିରୁ ବିରତ କରିବା ପାଇଁ ପୁଲିସ୍‌ ପକ୍ଷରୁ ପାଣିମାଡ଼ କରାଯିବାରୁ ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା। ଏହାପରେ ପୁଲିସ୍‌ ଲୁହବୁହା ଗ୍ୟାସ୍ପ ପ୍ରୟୋଗ କରିବାରୁ ଆନ୍ଦୋଳନକାରୀମାନେ ମଧ୍ୟ ପୁଲିସ୍‌କୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ଆନ୍ଦୋଳନକାରୀଙ୍କ ନାଁରେ ପୁଲିସ୍‌ ଦଙ୍ଗା ମାମଲା ରୁଜୁ କରିଥିଲା।

ତେବେ କୋର୍ଟ ଆଜି କେଜ୍ରିୱାଲଙ୍କ ସମେତ ଘନଶ୍ୟାମ, ମହେଶ, ଦୀପକ ଛାବର, ରଣଜୀତ ବିଷ୍ଟ, ଅମିତ କୁମାର ସିଂହ ଓ ଗୌତମ କୁମାର ସିଂହଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି।



from Odisha Reporter https://ift.tt/2riAyKo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages