ଦୁଇ ଅଙ୍କରୁ ଦୁଇଶହ କୋଟି :ଏମିତି ଥିଲା ସଲ୍‌ମାନ୍‌ଙ୍କ ସଂଘର୍ଷର ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଦୁଇ ଅଙ୍କରୁ ଦୁଇଶହ କୋଟି :ଏମିତି ଥିଲା ସଲ୍‌ମାନ୍‌ଙ୍କ ସଂଘର୍ଷର ଯାତ୍ରା

ମୁମ୍ବାଇ: ଭାଇଜାନ୍। ସୁପରଷ୍ଟାରସଲମାନ୍‌ ଖାନ୍‌ଙ୍କୁଏହି ନାଁରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀଜାଣେ। କେବଳ ବି-ଟାଉନ୍‌ ନୁହେଁ ସାରା ଦେଶ ଓ ଦେଶ ବାହାରେ ତାଙ୍କ ପ୍ରଂଶସକମାନେ ଅତି ଶ୍ରଦ୍ଧାରେ ସଲମାନ୍‌ଙ୍କୁ ଭାଇଜାନ୍‌ ବୋଲି ଡାକନ୍ତି। ତାଙ୍କର ପ୍ରକୃତ ନାଁ ହେଉଛି ସଲମାନ୍‌ ଅବଦୁଲ୍‌ ରସିଦ୍‌ ସଲିମ୍ ସଲମାନ୍ ଖାନ୍। ଆଉ ଆଜି ହେଉଛି ତାଙ୍କର ୫୩ ତମ ଜନ୍ମ ଦିବସ। ଏହି ଅବସରରେ ତାଙ୍କ ପ୍ରତି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ଆମେ ଆଜି ବଲିଉଡ୍‌ରେସଲମାନଙ୍କ ସଂଘର୍ଷର କାହାଣୀ କହିବୁ।ଦୀର୍ଘ ୩୦ ବର୍ଷ ଧରି ଇଣ୍ଡଷ୍ଟ୍ରୀରେ ରାଜ୍‌ କରୁଥିବା ସଲମାନ୍‌ଙ୍କ ପ୍ରାରମ୍ଭିକ ଯାତ୍ରା କେତେ କଣ୍ଟକିତ ଥିଲା ସେ ବିଷୟରେ ଜାଣିବା।

ପ୍ରଥମ ଆୟ ଥିଲା ୭୫ ଟଙ୍କା

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସଲମାନଙ୍କ ପ୍ରଥମ ଆୟ ଥିଲା ମାତ୍ର ୭୫ ଟଙ୍କା। ସେତେବେଳେ ସେ ଏକ ଷ୍ଟେଜ୍‌ ଶୋ’ରେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍‌ସର ଭାବେ କାମ କରୁଥିଲେ। ଏହା ପରେ ସେ ମଡେଲିଂ କରିଥିଲେ। ପରେ ସଲମାନ୍‌ କାମ୍ପାକୋଲା ନାମକ ଏକ କୋଲ୍ଡଡ୍ରିଙ୍କର ଆଡ୍‌ରେ କାମ କରିଥିଲେ। ଏଥିରେ ସେତେବେଳେ ତାଙ୍କୁ ୭୦୦ ଟଙ୍କା ମିଳିଥିଲା। ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବାକୁ ସଲମାନ୍‌ଙ୍କ ବହୁ ଇଚ୍ଛା ଥିଲା ହେଲେ ହେଲେ ଅଭିନେତା ହିସାବରେ ନୁହେଁ। ସେ ତାଙ୍କ କ୍ୟାରିୟରର ଫିଲ୍ମ ନିର୍ଦ୍ଦେଶକ ଓ ଲେଖକ ଭାବେ ଆରମ୍ଭ କରିବାକୁ ଚାହୁଁଥିଲେ।

ସଲମାନ୍ ୧୯୮୮ରେ ପ୍ରଥମ ଫିଲ୍ମ ‘ଫଲକ୍‌’ରେ ଆସିସ୍‌ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ।ସଲମାନଙ୍କ ପ୍ରଥମ ଫିଲ୍ମ  ‘ବିୱି ହୋ ତୋ ଏସି’ ତାଙ୍କୁ ବାଏ ଚାନ୍ସ ମିଳିଥିଲା ଯେଉଁ ସମୟରେ ସେ କିଛି ଟଙ୍କା ରୋଜଗାର କରିବାକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଖୋଜୁଥିଲେ। ସେହି ସମୟରେ ଏହି ଫିଲ୍ମର ନିର୍ଦ୍ଦେଶକ ଜେ.କେ ବିହାରୀଙ୍କ ପାଖରେ ଜଣେ ୟଙ୍ଗ୍ ଆକ୍ଟକରଙ୍କ ପାଇଁ ରୋଲ୍‌ ଥିଲା। ହେଲେ ଏହି ରୋଲ୍‌ ପାଇଁ କେହି ବି ଅଡିସନ୍‌ ଦେବାକୁ ଆସି ନଥିଲେ। ସେତେବେଳେ ସଲମାନ ତାଙ୍କ ନିକଟକୁ ଆସିଷ୍ଟାଣ୍ଟ ଡାଇରେକ୍ଟର୍‌ କାମ ମାଗିବା ପାଇଁ ଯାଇଥିଲେ।

ହେଲେ ନିର୍ଦ୍ଦେଶକ ଜେ.କେ ବିହାରୀ ସଲମାନଙ୍କୁ ସେହି ରୋଲ୍‌ ପାଇଁ ନେଇଗଲେ। ସଲମାନ୍‌ ମଧ୍ୟ ହଁ କରିଦେଇଥିଲେ। କାରଣ ଫିଲ୍ମରେ ତାଙ୍କର ବହୁ କମ୍‌ ରୋଲ୍‌ ଥିଲା। ସେପଟେ ଏଥିରୁ ମିଳିବାକୁଥିବା ଟଙ୍କାରେ ତାଙ୍କର ୨-୩ମାସର ପକେଟ ମନି ମଧ୍ୟ ମିଳିଯାଉଥିଲା। ସେଥିପାଇଁ ସେ ଏହି ରୋଲ୍‌ କରିବାକୁ ରାଜି ହୋଇଯାଇଥିଲେ। ଆପଣ ଭାବୁଥିବେ ଯେ, ଏତେ ବଡ଼ ଷ୍ଟାର ସଲିମ୍‌ ଖାନ୍‌ଙ୍କ ପୁଅ ହୋଇ ଏମିତି ପକେଟ୍‌ ମନି ପାଇଁ କ’ଣ ପାଇଁ ସଂଘର୍ଷ କରୁଥିଲେ।

ସ୍ୱାଭିମାନୀ ଥିଲେ ସଲମାନ୍‌

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସଲମାନ୍‌ ନିଜ କ୍ୟାରିୟର ଆରମ୍ଭ କରିବା ପାଇଁ କେବେ ହେଲେ ନିଜ ବାପାଙ୍କ ନାଁର ସାହାରା ନେଇ ନାହାନ୍ତି। ଅନେକ ବଲିଉଡ୍‌ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ତାଙ୍କୁ ନିଜ ପରିଚୟରେ ସେ ସଲିମ୍‌ ଖାନ୍‌ଙ୍କ ପୁଅ କହିବାକୁ କହୁଥିଲେ। ସେମାନେ କହୁଥିଲେ ଯେ, ଏପରି କହିଲେ ତୁମକୁ ଶୀଘ୍ର କାମ ମିଳିବ। ହେଲେ ସଲମାନ୍ ପିଲାଟି ବେଳୁ ବେଶ୍‌ ସ୍ୱାଭିମାନୀ ଥିଲେ, ସେ ନିଜ ଦମ୍‌ରେ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ।

ଭାଗ୍ୟଶ୍ରୀଙ୍କୁ ଛୁଇଁନଥିଲେ ସଲମାନ୍‌

ଯେଉଁ ଫିଲ୍ମ ସଲମାନ୍‌ଙ୍କୁ ରାତାରାତି ଷ୍ଟାର କରିଦେଇଥିଲା, ସେହି ଫିଲ୍ମ ପାଇଁ ସଲମାନ୍ ଡାଇରେକ୍ଟରଙ୍କର ପ୍ରଥମ ପସନ୍ଦ ନ ଥିଲେ। ବ୍ଲକବଷ୍ଟର ମୁଭି ‘ମୈନେ ପ୍ୟାର କିୟା’ ପାଇଁ ନିର୍ଦ୍ଦେଶକ ସୁରଜ ବର୍ଯାତିୟାଙ୍କ ପ୍ରଥମ ପସନ୍ଦ ଥିଲେ ଦୀପକ ତିଜୋରା ଓ ପିୟୁଷ ମିଶ୍ରା। ସେହି ସମୟରେ ସଲମାନ୍‌ଙ୍କୁ ଭେଟିଥିଲେ ସୁରଜ। ତାଙ୍କୁ ସଲମାନଙ୍କ ପୋର୍ଟପୋଲିଓ ଫଟୋ ବେଶ୍ ପସନ୍ଦ ଆସିଥିଲା। ହେଲେ ଅଡିସନ୍‌ରେ ସଲମାନଙ୍କ ଅଭିନୟ ସୁରଜଙ୍କୁ ଏତେଟା ଭଲ ଲାଗିନଥିଲା। ଏହାପରେ ପାଖାପାଖି ୪ ମାସ ଧରି ଲିଡ୍‌ ଆକ୍ଟର ଖୋଜିବାପରେ ଯେତେବେଳେ ସଲମାନ୍‌ଙ୍କ ସମେତ ଅନ୍ୟ କଳାକାରମାନଙ୍କର ଅଡିଶନ୍‌ ନିଆଗଲା, ସେତେବେଳେ ସୁରଜ ସଲମାନଙ୍କୁ ଫିଲ୍ମର ଲିଡ୍‌ ରୋଲ୍‌ ପାଇଁ ବାଛିଥିଲେ। ଏହି ଫିଲ୍ମ ସୁଟିଂ ସମୟରେ ଏକ ସିନ୍‌ ପାଇଁ ସଲମାନଙ୍କୁ ଭାଗ୍ୟଶ୍ରୀ(ଫିଲ୍ମର ଅଭିନେତ୍ରୀ)ଙ୍କୁ କୁଣ୍ଢେଇ ଧରିବା ପାଇଁ କୁହାଯାଇଥିଲା। ହେଲେ ସଲମାନ ମନା କରିଦେଇଥିଲେ। ସେ କହିଥିଲେ ଯେ ଭାଗ୍ୟଶ୍ରୀଙ୍କ ବିନା ଅନୁମତିରେ ମୁଁ ଏଭଳି କରିବି ନାହିଁ। ଏହି ଫିଲ୍ମ ରାତାରାତି ସଲମାନ୍‌ଙ୍କୁ ଷ୍ଟାର କରି ଦେଇଥିଲା।ଏହି ଫିଲ୍ମ ପାଇଁ ସଲମାନଙ୍କୁ ଫିଲ୍ମ ଫେୟାର ଆୱର୍ଡ ମଧ୍ୟ ମିଳିଥିଲା।

ପିତାଙ୍କ ଘରକୁ ଛାଡ଼ି ପାରିନାହାନ୍ତି

ଧୀରେ ଧୀରେ ସଲମାନଙ୍କ ସଫଳତା ଯାତ୍ରାରେ ଗୋଟିଏ ପରେ ଗୋଟିଏ ଅଧ୍ୟାୟ ଯୋଡ଼ି ହୋଇଗଲା। ମାଧୁରୀଙ୍କ ସହ ତାଙ୍କ ଫିଲ୍ମ ‘ହମ ଆପକେ ହୈ କୌନ୍’। ଏହି ଫିଲ୍ମରେ ସଲମାନ୍‌ଙ୍କ ଅଭିନୟରେ ବଲିଉଡର ଅନେକ ନିର୍ଦ୍ଦେଶକ ଇମ୍ପ୍ରେସ୍‌ ହୋଇଯାଇଥିଲେ। ସଲମାନ ଏଯାଏଁ ୧୦୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି। ଏବେ ସଲମାନ୍‌ ଫିଲ୍ମ ସାଇନ୍‌ କରିବାକୁ ଅତି କମ୍‌ରେ ୫୦ ରୁ ୬୦ କୋଟି ନେଉଛନ୍ତି। ଆଉ ତାଙ୍କ ଫିଲ୍ମ ବକ୍ସ ଫିସ୍‌ରେ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରୁଛି। ବର୍ଷକୁ ୨୦୦ କୋଟିରୁ ଅଧିକ ଆୟ କରୁଥିବା ସଲମାନ୍‌ ଏବେ ବି ନିଜ ୩ଟି ବେଡ୍‌ରୁମ୍‌ ଯୁକ୍ତ ଆପାର୍ଟମେଣ୍ଟରେ ରହୁଛନ୍ତି। ତାଙ୍କ କହିବା ଅନୁଯାୟୀ ଏହି ଘର ତାଙ୍କ ବାପା ନିଜ ପରିଶ୍ରମର ଆୟରେ ପ୍ରଥମେ କିଣିଥିଲେ। ଆଉ ଏହି ଘରହିଁ ତାଙ୍କୁ ଆଜି ସୁପରଷ୍ଟାର କରିଦେଇଛି। ଏହି ଘର ତାଙ୍କ ପାଇଁ ଅନେକ ଲକି। ତେଣୁ ସେ ଏହି ଘର ଛାଡ଼ି କେବେ ଯିବେ ନାହିଁ । ସଲମାନ୍‌ ବଲିଉଡ୍‌ରେ ଅନେକ ନବାଗତାଙ୍କୁ ସୁଯୋଗ ଦେଇଛନ୍ତି। କେବଳ ଅଭିନୟ କ୍ଷେତ୍ରରେ ନୁହେଁ ସଲମାନ୍ ଅନେକ, ସିଙ୍ଗର୍,ମ୍ୟୁଜିକ୍‌ ଡାଇରେକ୍ଟର, କମ୍ପୋଜର୍‌ଙ୍କୁ ମଧ୍ୟ ବଲିଉଡ୍‌ରେ ଏଣ୍ଟ୍ରି କରେଇଛନ୍ତି। ତେଣୁ ସଲମାନ୍‌ଙ୍କୁ ଅନେକ ଗଡ୍‌ଫାଦର ବୋଲି କୁହନ୍ତି।

ଗରିବଙ୍କ ଗଡ୍‌

ଆପଣ ଜାଣନ୍ତି ସଲମାନ୍ ନିଜ ଆୟର ୯୦ ଭାଗ ଚାରିଟିକୁ ଦାନ ଦେଇ ଦିଅନ୍ତି। ସଲମାନ୍‌ ତାଙ୍କ ଫାଉଣ୍ଡେସନ୍‌ ‘ବିଙ୍ଗ୍‌ ହ୍ୟୁମାନ୍‌’ ଜରିଆରେ ଚାରିଟି କରି ଅନେକ ଲୋକଙ୍କୁ  ସାହାଯ୍ୟ କରୁଛନ୍ତି। ଏହି ଫାଉଣ୍ଡେସନ୍‌ ଅନେକ ଗାଁକୁ ପୋଷ୍ୟଭାବେ ଗ୍ରହଣ କରି ସେଠାରେ ବିକାଶ କରାଯାଉଛି। ସଲମାନ୍‌ କ୍ୟାନ୍‌ସର ପିଡ଼ୀତ ପିଲାମାନଙ୍କର ମାଗଣା ଚିକିତ୍ସା କରାନ୍ତି। ସୂଚନା ମୁତାବକ ପ୍ରତିଦିନ ଅନ୍ତତଃ ୫ଟି ଜୀବନ ବଞ୍ଚାଇଥାନ୍ତି ସଲମାନ୍‌ । ଖାସ୍‌ ସେଥିପାଇଁ ତ’ ତାଙ୍କୁ ‘ଏ ମ୍ୟାନ୍‌ ଉଇଥ୍ ଏ ଗୋଲଡେନ୍‌ ହାର୍ଟ’ କୁହାଯାଏ।



from Odisha Reporter http://bit.ly/2AkvF8n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages