
ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବା ପରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧରେ ଦଳର ସୁପ୍ରିମୋ ରାହୁଲ ଗାନ୍ଧି ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ଟାଣିଥିବା କୁହାଯାଉଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ତାଙ୍କ ଡେପୁଟି ସଚିନ୍ ପାଇଲଟ୍ଙ୍କ ମଧ୍ୟରେ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
ତେବେ ବୁଧବାର ରାତି ପ୍ରାୟ ୨.୩୦ରେ ରାହୁଲ ଗାନ୍ଧି ଏହି ବିବାଦରେ ହସ୍ତକ୍ଷେପ କରି ବିଭାଗ ବଣ୍ଟନ କରିଛନ୍ତି। ରାହୁଲ ଗାନ୍ଧିଙ୍କ ନିଷ୍ପତ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ ୯ଟି ବିଭାଗ ରହିଥିବା ବେଳେ ସଚିନ୍ଙ୍କ ଭାଗରେ ୫ଟି ବିଭାଗ ପଡ଼ିଛି।
ଗେହଲଟ୍ ପାଇଥିବା ୯ଟି ବିଭାଗ ମଧ୍ୟରେ ଅର୍ଥ ,ଗୃହ, ଅବକାରୀ, ଯୋଜନା ଓ ସୂଚନା ଏବଂ ପ୍ରଯୁକ୍ତି ଭଳି ବିଭାଗ ରହିଛି। ସେହିପରି ସଚିନ୍ ପାଇଲଟ୍ଙ୍କ ପାଖରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ବିଜ୍ଞାନ ଏବଂ ଷ୍ଟାଟିଷ୍ଟିକ୍ସ ଭଳି ବିଭାଗ ରହିଛି।
ଏହା ବ୍ୟତୀତ ବିଭିନ୍ନ ଜାତି ଏବଂ ସଂପ୍ରଦାୟକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜସ୍ଥାନ ସରକାରରେ ଅନେକ ବିଧାୟକଙ୍କୁ ସାମିଲ କରିଛି। ୨୦୧୯ରେ ଯେଉଁଭଳି ସମ୍ପୃକ୍ତ ସଂପ୍ରଦାୟର ଭୋଟ୍ କଂଗ୍ରେସ ପାଖକୁ ଯିବ, ତା’କୁ ଦୃଷ୍ଟିରେ ରଖି ଦଳର ସୁପ୍ରିମୋ ରାହୁଲ ଗାନ୍ଧି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ରାଜସ୍ଥାନରେ ସରକାର ଗଠନ କରିବାକୁ ଜନମତ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସଚିନ୍ ଏବଂ ଗେହଲଟଙ୍କ ମଧ୍ୟ ରାତିତମାମ ହାଇଡ୍ରାମା ଦେଖିବାକୁ ମିଳିଥିଲା।
from Odisha Reporter http://bit.ly/2Q5hf0K
No comments:
Post a Comment