
ନୂଆଦିଲ୍ଲୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଶରୀରକୁ ନେଇ ତାଚ୍ଛଲ୍ୟ କରିଥିବାରୁ ଶେଷରେ ଜେଡିୟୁର ବହିଷ୍କୃତ ନେତା ଶରଦ ଯାଦବ କ୍ଷମା ମାଗିଛନ୍ତି। ଏଥିସହ ସେ ବସୁନ୍ଧରାଙ୍କୁ ମୋଟୀ କହିଥିବାରୁ ତାଙ୍କୁ ଚିଠି ଲେଖି ପୁଣିଥରେ କ୍ଷମା ମାଗିବେ ବୋଲି ଶ୍ରୀ ଯାଦବ ଆଜି କହିଛନ୍ତି।
ଶ୍ରୀ ଯାଦବ କହିଛନ୍ତି, “ ମୁଁ ବସୁନ୍ଧରା ରାଜେଙ୍କ ବୟାନ ଶୁଣିଲି। ତାଙ୍କ ସହ ମୋର ପାରିବାରିକ ସମ୍ପର୍କ। ଯଦି ମୋର କୌଣସି କଥା ତାଙ୍କୁ ଆଘାତ ଦେଇଛି, ତା’ହେଲେ ମୁଁ ସେଥିପାଇଁ ଅନୁତପ୍ତ। ମୁଁ ଏସମ୍ପର୍କରେ ତାଙ୍କୁ ଚିଠି ମଧ୍ୟ ଲେଖିବି।”
ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଯାଦବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଆଗରୁ ପତଳା ଥିଲେ। କିନ୍ତୁ ଏବେ ମୋଟୀ ହୋଇଗଲେଣି। ତେଣୁ ସେ ବିଶ୍ରାମ ନେବା ଦରକାର ବୋଲି କହିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଶ୍ରୀ ଯାଦବଙ୍କୁ ନିନ୍ଦା କରାଯାଇଥିଲା। ବସୁନ୍ଧରା ମଧ୍ୟ ଏହାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ।
from Odisha Reporter https://ift.tt/2SBey90
No comments:
Post a Comment