ଜଟିଳ ହେଉଛି ଢେଙ୍କାନାଳ ଶେଲ୍‌ଟର୍‌ ହୋମ୍‌ରେ ଯୌନ ନିର୍ଯାତନା ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଜଟିଳ ହେଉଛି ଢେଙ୍କାନାଳ ଶେଲ୍‌ଟର୍‌ ହୋମ୍‌ରେ ଯୌନ ନିର୍ଯାତନା ମାମଲା

ଭୁବନେଶ୍ୱର/ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବେଲ୍‌ଟିକିରି ଶେଲ୍‌ଟର୍‌ ହୋମ୍ କେଳେଙ୍କାରୀର ଖଳନାୟକ ‘ଡାର୍ଟି ଡ୍ୟାଡି’ ଫୟାଜ ରହେମାନଙ୍କ ଦୁଇଟି ଚେହେରା। ଗୋଟିକରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାର ଚିତ୍ର ଓ ଆଉ ଗୋଟିଏ ଧର୍ମପରିବର୍ତ୍ତନର ପ୍ରକ୍ରିୟା। ଭାଇରାଲ୍‌ ହୋଇଥିବା ଧର୍ମପରିବର୍ତ୍ତନର ଭିଡିଓକୁ ନେଇ ବିରୋଧୀ ଆଜି ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ଅଭିଯୋଗ କରିଛି, ସରକାରଙ୍କ ଜାଣତରେ ବେଆଇନ ଭାବେ ଫୟାଜ ଧର୍ମପରିବର୍ତ୍ତନ କରୁଥିବାରୁ ମନ୍ତ୍ରୀ ଏଥିପାଇଁ ଦାୟୀ। ସେହିପରି ଭୁବନେଶ୍ୱରରେ ମହିଳା କଂଗ୍ରେସ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କର ଇସ୍ତଫା ଦାବି କରିଛି।

ଧର୍ମପରିବର୍ତ୍ତନର ଭିଡିଓ ଭାଇରାଲ ହେବା ପରେ ପ୍ରଥମେ କିଛି ଜାଣିନଥିବା କହୁଥିବା ବିଭାଗୀୟ ମନ୍ତ୍ରୀ ଆଜି କହିଛନ୍ତି, ଅଭିଯୋଗ ଆସିଲେ ତଦନ୍ତ ହେବ। ତେବେ ଅଗଷ୍ଟ ମାସରେ ବିହାରର ଶେଲ୍‌ଟର୍‌ ହୋମ୍‌ରେ ଯୌନ ନିର୍ଯାତନା ଘଟଣା ପଦାକୁ ଆସିବା ପରେ ଓଡ଼ିଶାରେ ଏଭଳି ଘଟଣା ଯେପରି ନ ହୁଏ ସେଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଥିଲେ ମନ୍ତ୍ରୀ।

ସେତେବେଳେ ମନ୍ତ୍ରୀ କ’ଣ କହିଥିଲେ ଓ ଏବେ କ’ଣ କହୁଛନ୍ତି ଶୁଣନ୍ତୁ

୨୦୧୮ ଅଗଷ୍ଟ ୨୪ ତାରିଖରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି-“ରାଜ୍ୟରେ ମହିଳା ଓ ଶିଶୁ ଯେମିତି ନିର୍ଯାତନାର ଶିକାର ନହେବେ ସେଥିପ୍ରତି ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ବିହାର ଓ ଉତ୍ତରପ୍ରଦେଶ ପରି ଘଟଣା ଯେମିତି ଓଡ଼ିଶାରେ ନଘଟିବ, ସେଥିପାଇଁ ନଜର ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।”

ଏବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି-“ଧର୍ମାନ୍ତରିକରଣ ହେଉଥିଲା କି ନାହିଁ ତଦନ୍ତ ହେଲେ ଜଣାପଡ଼ିବ। ତଦନ୍ତ ବେଳେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ମୋର ଯଥେଷ୍ଟ ନୈତିକତା ରହିଛି।”

ରିମାଣ୍ଡରେ ଗଲେ ‘ଡ୍ୟାଡି’

ଫୟାଜକୁ ଆଜି ଦୁଇ ଦିନିଆ ରିମାଣ୍ଡରେ ନେଇଛି ପୁଲିସ। ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ଗୁଡ୍‌ନ୍ୟୁଜ୍‌ ଇଣ୍ଡିଆର ଶାଖା ଗୁଡ଼ିକ ଉପରେ ଚଢ଼ଉ ଜାରି ରଖିଛି। ଏହି କ୍ରମରେ ଆଜି ଛତ୍ରପୁରରେ ଥିବା ସଂସ୍ଥାର ଶେଲ୍‌ଟର୍‌ ହୋମ୍‌ ଉପରେ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ବେଆଇନ୍‌ ଭାବେ ଏହା ଚାଲୁଥିବା ଜଣାପଡିଥିଲା। ସେଠାକାର ୧୩୪ ଅନ୍ତେବାସୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା ସଂସ୍ଥାର ସ୍ଥାନୀୟ ଶାଖାର ମଧ୍ୟ ପଞ୍ଜିକରଣ ଲାଇସେନ୍ସ ୮ ମାସ ପୂର୍ବରୁ ସରିଥିବା ଜଣାପଡିଛି। ଏଠି ମଧ୍ୟ ୬୧ ଅନ୍ତେବାସୀଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ଡାକି ଘରକୁ ପଠାଇ ଦିଆଯାଇଛି।

କିଏ କଣ କହୁଛନ୍ତି

ବିଜେପି ରାଜ୍ୟ ସଂପାଦକ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି- “ଓଡ଼ିଆ ଜାତି ପ୍ରତି ଏକ ସାଂଘାତିକ ଷଡଯନ୍ତ୍ର ରଚୁଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ କଠୋର ଆଣ୍ଟି କନ୍‌ଭର୍ସନ ଲ’ ଥିବା ସତ୍ତ୍ୱେ କାହାର ପୃଷ୍ଟପୋଷକତାରେ ଏଭଳି ସଂସ୍ଥାରେ ଛତୁ ଫୁଟିଲା ଭଳି ଶାଖା ଖୋଲିଛନ୍ତି?”

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି-“ଧର୍ମ ପରିବର୍ତ୍ତନ ପାଇଁ ଛୋଟ ଛୋଟ ଛୁଆଙ୍କୁ ପାଣିରେ ବୁଡ଼ା ଯାଉଛି। ଏପରି ନିର୍ଯାତନାକୁ ଆମେ ବିରୋଧ କରୁଛୁ। ତେଣୁ ନୈତିକତା ଦୃଷ୍ଟିରୁ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଯଦି ସେ ଇସ୍ତଫା ନଦେବେ, ତାହାହେଲେ କଂଗ୍ରେସ ତାଙ୍କ ଘର ଆଗରେ ଧାରଣାରେ ବସିବ।”



from Odisha Reporter https://ift.tt/2QbOC7i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages