ରାଜନୀତିରେ ଦ୍ୱିତୀୟ ଇନିଂସ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଗମ୍ଭୀର, ପଢ଼ନ୍ତୁ କ’ଣ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ରାଜନୀତିରେ ଦ୍ୱିତୀୟ ଇନିଂସ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଗମ୍ଭୀର, ପଢ଼ନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ:ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ରାଜନୀତିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାକୁ ନେଇ ନିଜେ ପ୍ରତିକ୍ରୀୟା ରଖିଛନ୍ତି । ଏହାକୁ ସେ ଖାରଜ କରିବା ସହ ତାହା କେବଳ ଏକ ଗୁଜବ ବୋଲି ଗମ୍ଭୀର କହିଛନ୍ତି। ନିକଟରେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଗମ୍ଭୀର କହିଛନ୍ତି ଯେ, ବର୍ତ୍ତମାନ ରାଜନୀତିରେ ମିଶିବା ତାଙ୍କର କୌଣସି ଇଚ୍ଛା ନାହିଁ। ୩୭ ବର୍ଷୀୟ ପୂର୍ବତନ କ୍ରିକେଟର ଗମ୍ଭୀର ରାଜନୀତିରେ ପ୍ରବେଶ ନେଇ ପ୍ରଶ୍ନ ଉଠିବାରୁ ସେ ଏହାର ଜବାବ ଦେଇ କହିଥିଲେ ଯେ, ଏଗୁଡ଼ିକ ସବୁ ଗୁଜବ ଓ ମିଛ ଖବର। ଏମିତି ଖବର କିଏ ଖେଳାଉଛି ତାହା ମୁଁ ଜାଣି ନାହିଁ। ସୂଚନା ଯୋଗ୍ୟ ଯେ, କ୍ରିକେଟରୁ ଗମ୍ଭୀର ତୁରନ୍ତ ସନ୍ନ୍ୟାସ ନେବା ପରେ ସେ ରାଜନୀତିରେ ଦ୍ୱିତୀୟ ଇନିଂସ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

ଏପରିକି ସେ ଦିଲ୍ଲୀ ଲୋକସଭାରୁ ଲଢ଼ିପାରନ୍ତି ବୋଲି ଆଲୋଚନା ହେଉଥିଲା। ହେଲେ ଏହି ଖବରକୁ ସେ ଖଣ୍ଡନ କରିଛନ୍ତି। ତେବେ ପୂର୍ବରୁ ଗମ୍ଭୀର ଥରେ ଏବିଷୟରେ ନିଜ ମତ ରଖି କହିଥିଲେ ଯେ, ଯଦି କେବେ ସୁଯୋଗ ମିଳେ ତେବେ ଦେଶ ପାଇଁ ସେବା ନିଶ୍ଚୟ କରିବି ବୋଲି କହିଥିଲେ। କ୍ରମାଗତ ଭାବେ ଖରାପ ଫର୍ମ ପାଇଁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିବା ପରେ ଶେଷରେ ଗୌତମ ଗମ୍ଭୀର କ୍ରିକେଟ୍‌ର ସବୁ ପ୍ରକାରର ଫର୍ମାଟରୁ ଅବସର ନେଇଛନ୍ତି। ୨୦୦୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ଗମ୍ଭୀର ଭାରତ ପାଇଁ ୫୮ଟି ଟେଷ୍ଟ ଓ ୧୪୭ଟି ଦିନିକିଆ ଖେଳିଛନ୍ତି।

ସେହିପରି ସେ ୩୭ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ଟେଷ୍ଟ୍‌ରେ ଗମ୍ଭୀର ୪୧.୯୫ ହାରରେ ୪୧୫୪ ରନ୍‌ କରିଥିବା ବେଳେ ଦିନିକିଆରେ ୫୨୩୮ ରନ୍‌ କରିଛନ୍ତି। ତାଙ୍କ ନାଁରେ ଟେଷ୍ଟ ମ୍ୟାଚ୍‌ରେ ୯ଟି ଶତକ ଓ ଦିନିକିଆରେ ୧୧ଟି ଶତକ ରହିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗମ୍ଭୀର ସମୁଦାୟ ୧୦,୩୨୪ ରନ୍‌ ସ୍କୋର କରିଛନ୍ତି।



from Odisha Reporter https://ift.tt/2ruc9RU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages