
ନୂଆଦିଲ୍ଲୀ: ଦେଶରେ ପ୍ରଥମଥର ପାଇଁ ଲୋକାଲ ପ୍ୟାସେଞ୍ଜର ଟ୍ରେନ୍ରେ ଏସି ବ୍ୟବସ୍ଥା କରାଯିବ। ଏହି ଏସି ଲୋକାଲ ଟ୍ରେନ୍ ଆସନ୍ତାବର୍ଷ କାର୍ଯ୍ୟକ୍ଷମ ହେବ। ଏହା ଦିଲ୍ଲୀରୁ ଉତ୍ତର ପ୍ରଦେଶ ମଧ୍ୟରେ ଯାତାୟାତ କରିବ। ଏହି ମେମୁ ଟ୍ରେନ୍ଟିରେ ୮ଟି ବଗି ରହିବ। ସେହିପରି ଏହାର ଘଣ୍ଟାପ୍ରତି ବେଗ ୧୩୦ କିମି ରହିବ।
ଏହି ସ୍ୱତନ୍ତ୍ର ଟ୍ରେନ୍କୁ ନିର୍ମାଣ ପାଇଁ ୨୬ କୋଟିର ବ୍ୟୟ ବରାଦ କରାଯାଇଥିବା ବେଳେ ଏଥିରେ ୨ ହଜାର ୬୧୮ ଜଣ ଲୋକଙ୍କ ବସିବାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ପ୍ରତିଟି ବଗିରେ ୨ଟି ଶୌଚାଳୟ, ଜିପିଏସ୍ ସିଷ୍ଟମ, ସ୍ୱଂୟଚାଳିତ ଫାଟକ ଓ ସିସିଟିଭି ରହିବ। ଆସନ୍ତାକାଲି ଏହାର ପରୀକ୍ଷାମୂଳକ ବ୍ୟବହାର ଚେନ୍ନାଇର ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରୀରେ କରାଯିବ।
from Odisha Reporter https://ift.tt/2Lohpjh
No comments:
Post a Comment