
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛିଦିନ ହେଲା ହକି ବିଶ୍ୱକପ୍କୁ ନେଇ ରାଜଧାନୀ ଭୁବନେଶ୍ୱରର ପରିବେଶ ସରଗରମ ରହିଛି। ହକି ଖେଳକୁ କମ୍, ଲୋକେ ଚକାଚକ୍ ଆଡ଼ମ୍ବରକୁ ବେଶୀ ଉପଭୋଗ କରୁଛନ୍ତି। ତେବେ କଳିଙ୍ଗ ଷ୍ଟାଡିୟମର ଏହି କୋଳାହଳ, କିଛିଦିନ ହେଲା ସରକାରୀ ବାବୁ ଏବଂ ବିଜେଡି ନେତାମନ୍ତ୍ରୀଙ୍କ ପାଇଁ ଅଦିନିଆ ଦଶହରା ଉତ୍ସବ ପାଲଟିଛି। ବିଶେଷକରି ସରକାରୀ ବାବୁମାନେ ଭଲ ଫାଇଦା ଉଠାଇଥିବା ଦେଖିବାକୁ ମିଳିଛି।
କାହାକୁ ମିଳୁ ନମିଳୁ, ସରକାରୀ ବାବୁଙ୍କ ପାଇଁ ଟିକେଟ୍ ଓ ପାସ୍ ମାଳମାଳ। ଏସବୁ ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି, IAS ବାବୁ ବିଶାଳ ଦେବ। କାରଣ ସେ ହେଉଛନ୍ତି ରାଜ୍ୟର ଯୁବ ଓ କ୍ରୀଡ଼ା ବିଭାଗର ସଚିବ, ଯାହାଙ୍କ କଥାରେ ଚାଲିଛି ହକି ବିଶ୍ୱକପ୍। ତେବେ ସୋସିଆଲ୍ ମିଡିଆରେ ତାଙ୍କର ଏକ ଫଟୋକୁ ନେଇ ଏବେ ଭାରି ଚର୍ଚ୍ଚା। ଘଟଣାଟି ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ଘଟିଛି କଳିଙ୍କ ଷ୍ଟାଡିୟମ ଭିତରେ।
ଜଣେ ବିଦେଶିନୀଙ୍କ ସହ ବିଶାଳ ଦେବଙ୍କ ସେଲିବ୍ରସନ୍ ମୁଡ୍ର ଏହି ଫଟୋଟି ଏବେ ଭାଇରାଲ ହେଉଛି। ବିଦେଶିନୀ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ହକି ଇଣ୍ଡିଆର CEO ଏଲେନା ନର୍ମନ୍। ଫଟୋଟି ହେଉଛି ବିଶାଳ ଦେବଙ୍କ ଜନ୍ମଦିନ ଉତ୍ସବର। ଏଲେନା ବିଶାଳ ଦେବଙ୍କୁ ମିଠା ଖୁଆଇ ଦେଉଛନ୍ତି। ଗତ ୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହିଁ ବିଶାଳ ଦେବ ନିଜ ଜନ୍ମଦିନ ପାଳିଥିଲେ। ଫଟୋ ଗୁଡ଼ିକ ପୁଣି ‘ହକି ଇଣ୍ଡିଆ’ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ ହୋଇଛି। କ୍ୟାପ୍ସନ୍ରେ ଲେଖାଯାଇଛି- ହକି ଇଣ୍ଡିଆ ପାଳିଲା କମିଶନର କମ୍ ସେକ୍ରେଟାରୀ ବିଶାଳ ଦେବଙ୍କ ଜନ୍ମଦିନ।
Hockey India celebrated the birthday of Mr. Vishal Kumar Dev, Commissioner-cum-Secretary, Sports & Youth Services Department, Government Of Odisha at the Kalinga Stadium complex on 7th December 2018.
ALBUM: https://t.co/y0PhJlW3hx pic.twitter.com/0onvxN1YjS
— Hockey India (@TheHockeyIndia) 7 December 2018
ହକି ଇଣ୍ଡିଆ ଦ୍ୱାରା ବିଶାଳ ଦେବଙ୍କ ଜନ୍ମଦିନ ପାଳନକୁ ନେଇ ବିଭିନ୍ନ ସ୍ତରରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ହକି ଇଣ୍ଡିଆ ସିଇଓ ଚାହିଁଥିଲେ ନିଜ ଟ୍ୱିଟର ହ୍ୟାଣ୍ଡଲ୍ରୁ ଫଟୋ ଗୁଡ଼ିକ ପୋଷ୍ଟ କରିପାରିଥାନ୍ତେ। କିନ୍ତୁ ହକି ଇଣ୍ଡିଆକୁ ଏଥିପାଇଁ ବ୍ୟବହାର କରିବା ସମୀଚିନ ନୁହେଁ ବୋଲି କ୍ରୀଡ଼ାପ୍ରେମୀ ଚର୍ଚ୍ଚା କରୁଛନ୍ତି। ଚଳିତ ହକି ବିଶ୍ୱକପ୍ରେ ନିଜ ବ୍ୟବହାର ଓ ଆଚରଣକୁ ନେଇ ବିଶାଳ ଦେବ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି।
ଓଡ଼ିଶାର ନମ୍ବର-୧ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’ ପ୍ରତିନିଧିଙ୍କୁ ଦୁର୍ବ୍ୟହାରର ଚିତ୍ର ସାରା ଓଡ଼ିଶା ଦେଖିବା ସହ ଜାତୀୟସ୍ତରରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ପରେ ଓଟିଭି ସମେତ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଆକ୍ରିଡିଏସନ୍ କଟାଯିବାକୁ ନେଇ ବିଶାଳ ଦେବ ବିବାଦୀୟ ହୋଇପଡ଼ିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଓ ହକି ବିଶ୍ୱକପ୍ରେ ନିଜ ମନମାନି ଚଳେଇବାକୁ ସେ ଯେ କିଛି ବିରୋଧୀ-ଗଣମାଧ୍ୟମକୁ ଏହାଠାରୁ ଦୂରେଇ ରଖିବାକୁ ଷଡ଼ଯନ୍ତ୍ର କରିଥିଲେ, ତାହା ଏବେ ଚର୍ଚ୍ଚା ହେଉଛି। ଅବଶ୍ୟ ଓଟିଭିର ଆକ୍ରିଡିଏସନ୍ କାଟିବା ମାମଲାରେ ତାଙ୍କ ଉପରେ ହାଇକୋର୍ଟ ଛାଟ ବାଜି ସାରିଛି।
କିନ୍ତୁ ଜନ୍ମଦିନ ପାଳନ ଫଟୋ ପଦାକୁ ଆସିବା ପରେ ଏବେ ଜଣାପଡ଼ୁଛି, କାହିଁକି ସେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କଳିଙ୍ଗ ଷ୍ଟାଡିୟମ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ।
from Odisha Reporter https://ift.tt/2Bg3iro
No comments:
Post a Comment