କମଲନାଥ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ! ୨୫ ବର୍ଷ ପରେ ପୂରଣ ହେବ ସ୍ୱପ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

କମଲନାଥ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ! ୨୫ ବର୍ଷ ପରେ ପୂରଣ ହେବ ସ୍ୱପ୍ନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନା ଉପରେ ଏବେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦୀର୍ଘ ୨୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା କଂଗ୍ରେସର ବରିଷ୍ଠ ନେତା ତଥା ସଞ୍ଜୟ ଗାନ୍ଧିଙ୍କ ବନ୍ଧୁ କମଳନାଥ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।

ଆଜି ସନ୍ଧ୍ୟାରେ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ବୈଠକରେ ତାଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। କିନ୍ତୁ କଂଗ୍ରେସରେ ପ୍ରଚଳିତ ପରମ୍ପରା ଅନୁଯାୟୀ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାମ ଘୋଷଣା କରିବେ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏକେ ଆଣ୍ଟୋନୀଙ୍କ ଉପସ୍ଥିତିରେ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କମଲ ନାଥଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଜ୍ୟୋତିରଆଦିତ୍ୟ ସିନ୍ଧିଆ, ଦିଗବିଜୟ ସିଂହ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟବେକ୍ଷକ ଆଣ୍ଟୋନୀ ପ୍ରଥମେ ବିଧାୟକମାନଙ୍କୁ ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀଙ୍କ ନାଁ ପଚାରିଥିଲେ। ଏହାପରେ ସର୍ବସମ୍ମତିକ୍ରମେ ବିଧାୟକମାନେ ଏହାର ନିଷ୍ପତ୍ତି ରାହୁଲ ଗାନ୍ଧି ନେବେ ବୋଲି କହିଥିଲେ। ଆଣ୍ଟୋନୀ ବିଧାୟକଙ୍କ ନିଷ୍ପତ୍ତି ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ଅବଗତ କରାଇବେ। ରାହୁଲ ଗାନ୍ଧି ଆଜି ବିଳମ୍ବିତ ରାତି କିମ୍ୱା ଗୁରୁବାର ସକାଳେ କମଲ ନାଥ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିପାରନ୍ତି।

ଆଜିର ବିଧାୟକ ଦଳ ବୈଠକରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ହିଁ କମଲ ନାଥଙ୍କ ନାଁକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁପାରିସ କରିଥିଲେ। ଏହାପରେ ଅନ୍ୟମାନେ ଏହି ନାଁକୁ ସମର୍ଥନ କରିଥିଲେ। ଦଳର ବରିଷ୍ଠ ନେତା ଆରିକ୍‌ ଅକିଲ୍‌ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ ହେବ, ତା’ର ନିଷ୍ପତ୍ତି ରାହୁଲ ଗାନ୍ଧି ନେବା ଦରକାର ବୋଲି ଏକ ସଂକଳ୍ପ ଆଣିଥିଲେ। ଏହି ପ୍ରସ୍ତାବ ନେଇ ଏକେ ଆଣ୍ଟୋନୀ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିବେ।

୭୨ ବର୍ଷୀୟ କମଲ ନାଥ ୧୯୮୦ରୁ ଛିନ୍ଦୱାଡ଼ା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଏଯାଏ ୯ଥର ଲୋକସଭା ନିର୍ବାଚନ ଜିତି ସାରିଲେଣି।

ଗତ ମେ’୧ରେ ରାହୁଲ ଗାନ୍ଧି ମଧ୍ୟପ୍ରଦେଶ ନିର୍ବାଚନ ଦାୟିତ୍ୱ କମଲ ନାଥଙ୍କୁ ଦେଇଥିଲେ। କମଲ ନାଥଙ୍କ ନେତୃତ୍ୱରେ କଂଗ୍ରେସ ୧୫ ବର୍ଷ ଧରି ଶାସନ କରୁଥିବା ବିଜେପିକୁ କ୍ଷମତାଚ୍ୟୁତ କରିପାରିଛି। ମଙ୍ଗଳବାର ପ୍ରକାଶ ପାଇଥିବା ବିଧାନସଭା ଫଳାଫଳ ଅନୁଯାୟୀ କଂଗ୍ରେସ ୧୧୪ଟି, ବିଜେପି ୧୦୯ଟି, ବିଏସ୍‌ପି ୨, ସପା ୧ ଏବଂ ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନ ପାଇଛନ୍ତି। କଂଗ୍ରେସ ମ୍ୟାଜିକ ନମ୍ବର ଠାରୁ ୨ଟି ଆସନ କମ୍‌ ପାଇଥିଲେ ହେଁ ବିଏସ୍‌ପି, ସପା ଏବଂ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ଦଳକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି।



from Odisha Reporter https://ift.tt/2LhubA8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages