ଶିଶୁ ସୁରକ୍ଷା ଗାଇଡ୍‌ଲାଇନ୍ସକୁ ନେଇ ସରକାରଙ୍କୁ ଭର୍ତ୍ସନା କଲେ NCPCR; କହିଲେ ଆଶ୍ରୟ ଗୃହ ସମ୍ପର୍କରେ ନାହିଁ ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଶିଶୁ ସୁରକ୍ଷା ଗାଇଡ୍‌ଲାଇନ୍ସକୁ ନେଇ ସରକାରଙ୍କୁ ଭର୍ତ୍ସନା କଲେ NCPCR; କହିଲେ ଆଶ୍ରୟ ଗୃହ ସମ୍ପର୍କରେ ନାହିଁ ତଥ୍ୟ

ଭୁବନେଶ୍ୱର/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବେଲ୍‌ଟିକିରି ଶେଲ୍‌ଟର ହୋମ୍‌ କେଳେଙ୍କାରୀର ଗୁମର ଖୋଲୁଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR)। ଆଉ ଏହି ତନାଘନା ଭିତରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କେବଳ ଯେ, ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ଡ୍ରିମ୍ ହୋମ୍‌ରେ କେଳେଙ୍କାରୀ ହୋଇଛି ତାହା ନୁହଁ, ଶିଶୁ ସୁରକ୍ଷା ସମ୍ପର୍କିତ ଗାଇଡ୍‌ଲାଇନ୍‌ସକୁ ରାଜ୍ୟ ସରକାର ଖୁଲମ୍‌ଖୁଲା ଉଲ୍ଲଂଘନ କରିଛନ୍ତି। ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ୨ ମାସ ମଧ୍ୟରେ ସମସ୍ତ ଆଶ୍ରୟ ଗୃହଗୁଡ଼ିକରେ ଗାଇଡ଼ଲାଇନ୍‌ସ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି NCPCR ସଦସ୍ୟ।

ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, ବାଲେଶ୍ୱର, ପୁରୀ ସମେତ ଢେଙ୍କାନାଳରେ ଥିବା ଆଶ୍ରମ ଗୃହରେ ପଶି ଜୋରଦାର ଚଢ଼ଉ କରିଛନ୍ତି NCPCR ଟିମ୍‌। କେଉଁଠି ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ଡ୍ରିମ୍ ହୋମ୍‌ରେ ଚଢ଼ଉ କରାଯାଇଛି ତ ଆଉ କେଉଁଠି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଶିଶୁଗୃହଗୁଡ଼ିକର ତଦାରଖ କରିଛି ଟିମ୍‌। NCPCRର ୨ ଓ OSCPCRର ୨ ଜଣ ସଦସ୍ୟ ଆଜି ବେଲ୍‌ଟିକିରି ସ୍ଥିତ ଡ୍ରିମ୍ ହୋମ୍‌କୁ ଯାଇ ଖୋଳତାଡ଼ କରିଥିଲେ। ଏହାପରେ ସେମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। କେମିତି ଓ କିଏ ଏହି ଆଶ୍ରମ ଗୃହର ପରିଚାଳନା କରୁଥିଲେ, ଏଠାରେ ଧର୍ମାନ୍ତକରଣ କରାଯାଉଥିଲା କି ନା- ଏସବୁର ଟିକିନିଖ ତଥ୍ୟ ସଂଗ୍ରହ କରିଛି NCPCRର ୯ଟି ଟିମ୍।

ତେବେ ଏହି ତଦନ୍ତ ପ୍ରକ୍ରିୟା ଭିତରେ ସରକାରଙ୍କ ଚରମ ଅବହେଳାର ପ୍ରମାଣ ପାଇଛି ଟିମ୍। ଶେଲ୍‌ଟର୍ ହୋମ୍ ଗୁଡ଼ିକରେ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ବର୍ଷକ ତଳେ ଗାଇଡ୍‌ଲାଇନ୍ ପ୍ରଦାନ କରାଯାଇଥିଲା। ମାତ୍ର ଏହାକୁ ପାଳନ କରାଯାଇନଥିବା NCPCR ସଦସ୍ୟ ୟଶୱନ୍ତ ଜୈନ କହିଛନ୍ତି। ସଂପୃକ୍ତ ଶେଲ୍‌ଟର ହୋମ ଗୁଡ଼ିକ କାହାଦ୍ୱାରା ଚାଲିଛି, କେଉଁଠି ଚାଲିଛି ସେ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନଥିବା ଅଭିଯୋଗ କରିଛନ୍ତି ଟିମ୍ ସଦସ୍ୟ। ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ଶେଲଟ୍‌ର ହୋମ୍‌ ଗୁଡ଼ିକରେ ଶିଶୁ ସୁରକ୍ଷା ସମ୍ପର୍କିତ ଗାଇଡ୍‌ଲାଇନ୍ସ ଅନୁଯାୟୀ ପଦକ୍ଷେପ ନେବାକୁ ୟଶୱନ୍ତ ଜୈନ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2GfYisD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages