ହକି ବିଶ୍ୱକପ୍‌: ବିଦା ହେଲା ଦୁଇଥରର ଚାମ୍ପିୟନ ଜର୍ମାନୀ, ସେମିରେ ବେଲଜିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ହକି ବିଶ୍ୱକପ୍‌: ବିଦା ହେଲା ଦୁଇଥରର ଚାମ୍ପିୟନ ଜର୍ମାନୀ, ସେମିରେ ବେଲଜିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରୁ ଦୁଇଥରର ଚାମ୍ପିୟନ୍‌ ଜର୍ମାନୀ ବିଦା ହୋଇଛି। ଆଜିର କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ବେଲଜିୟମ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ମ୍ୟାଚ୍ ଆରମ୍ଭରୁ ଜର୍ମାନୀ ଖେଳାଳିମାନେ ବେଲଜିୟମ ଉପରେ ଚାପ ସୃଷ୍ଟି କରିଥିଲେ। ତେବେ ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ଦଳକୁ ପ୍ରଥମ ସଫଳତା ମିଳିଥିଲା। ଦଳ ପକ୍ଷରୁ ଡିଏଟର ଲିନେକୋଜେଲଏକ ଚମତ୍କାର ଗୋଲ କରି ଜର୍ମାନୀକୁ ୧-୦ରେ ଆଗୁଆ କରିଦେଇଥିଲେ।

ତେବେ ଦ୍ୱିତୀୟ କ୍ୱାର୍ଟରେ ବେଲଜିୟମ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ଦଳ ଘନଘନ ଆକ୍ରମଣ କରିଥିଲା ଓ ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ବେଲଜିୟମକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଦଳର ଷ୍ଟାର ଖେଳାଳି ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଗୋଲରେ ପରିଣତ କରି ସ୍ଥିତି ୧-୧ରେ ବରାବର କରିଥିଲେ। ହାଫ ଟାଇମ୍‌ ପର୍ଯ୍ୟନ୍ତ ସ୍କୋର ୧-୧ରେ ରହିଥିଲା।

ତୃତୀୟ କ୍ୱାର୍ଟରେ ଉଭୟ ଦଳ ଗୋଲ କରିବାର ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ଗୋଲରେ ରୂପାନ୍ତରିତ କରିପାରି ନଥିଲେ। ଫଳରେ ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। କିନ୍ତୁ ୪ର୍ଥ କ୍ୱାର୍ଟରରେ ବେଲଜିୟମ ପଲା ଭାରି ରହିଥିଲା। ଦଳ ପକ୍ଷରୁ ଟମ୍‌ ବୁନ୍‌ ଏକ ଚମତ୍କାର ଫିଲ୍ଡ ଗୋଲ କରି ଦଳକୁ ପ୍ରଥମ ଥର ମ୍ୟାଚ୍‌ରେ ୨-୧ରେ ଆଗୁଆ କରିଦେଇଥିଲେ। ଏହାପରେ ଜର୍ମାନୀ କମ୍‌ବ୍ୟାକ୍‌ କରିବାକୁ ଭରପୂର ଉଦ୍ୟମ କରିଥିଲେ ହେଁ ବେଲଜିୟମ ଡିଫେନ୍ସ ଏହାକୁ ଅଟକାଇବାରେ ସଫଳ ହୋଇଥିଲା। ଶେଷରେ ବେଲଜିୟମ ୨-୧ରେ ମ୍ୟାଚ୍‌କୁ କବଜା କରିବା ସହ ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛି। ଦଳ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ।



from Odisha Reporter https://ift.tt/2Ej9Ybt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages