
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ଖବର ସଂଗ୍ରହରେ OTVକୁ ବାଧା ଦେବା ମାମଲାରେ FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା ଲାଗିଛି। OTV ପ୍ରତିନିଧିଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେବାକୁ FIH, ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
OTV ପକ୍ଷରୁ ଏହି ମାମଲା ଲଢ଼ୁଥିବା ଆଇନ୍ଜୀବୀ ସୌର୍ଯ୍ୟ ସୁନ୍ଦର ଦାସ ଏନେଇ ସୂଚନା ଦେଇଛନ୍ତି। ବିଦେଶୀ ସାମ୍ବାଦିକଙ୍କ ପ୍ରାବଲ୍ୟ ବାହାନାରେ OTV ପ୍ରତିନିଧି ନିରଞ୍ଜନ ରେଡ୍ଡୀଙ୍କ ଆକ୍ରିଡିଟେସନ୍ ରଦ୍ଦ କରାଯାଇଥିଲା। ଯାହାକୁ ନେଇ ସବୁ ମହଲରେ ନିନ୍ଦା କରାଯାଇଥିଲା। ଏମିତିକି ୨୧ ତାରିଖରେ ଓଟିଭି ସାମ୍ବାଦିକ ନିରଞ୍ଜନ ରେଡ୍ଡୀ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ କ୍ରୀଡ଼ା ସଚିବ ବିଶାଳ ଦେବ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଅପଦସ୍ଥ କରିଥିଲେ। ଏପରିକି ଓଟିଭି ବୁମ୍ ଠେଲି ଦେବା ସହ ନିରଞ୍ଜନଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ କହିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପ୍ରକାଶ ପାଇଥିଲା।
from Odisha Reporter https://ift.tt/2EchqFo
No comments:
Post a Comment