ମଣ୍ଡିରେ ହେବନି ଧାନ କଟନୀ-ଛଟନୀ, ବିରୋଧୀଙ୍କ ଧମକ ପରେ ସରକାର ବ୍ୟାକଫୁଟରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ମଣ୍ଡିରେ ହେବନି ଧାନ କଟନୀ-ଛଟନୀ, ବିରୋଧୀଙ୍କ ଧମକ ପରେ ସରକାର ବ୍ୟାକଫୁଟରେ

paddy-in-mandi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଧାନର ଉପଯୁକ୍ତ ମୂଲ୍ୟ ଓ ମଣ୍ଡିରେ କଟନୀ-ଛଟନୀ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ପାଇଁ ଧମକ ଦିଆଯିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି।

ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ମଣ୍ଡିରେ ମିଲର୍ସମାନେ କଟନୀ-ଛଟନୀ କଲେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ମିଲର୍ସମାନେ କଟନୀ-ଛଟନୀ କରୁଥିବାର ଅଭିଯୋଗ ଆସିବ ସେହି ମଣ୍ଡି ଓ ମିଲକୁ ତୁରନ୍ତ ସିଜ୍ କରିବାକୁ କୁହାଯାଇଛି। ଏବେ ୨୩ଟି ଜିଲ୍ଲାରେ ମଣ୍ଡି ଖୋଲାଯାଇ ଧାନକିଣା ଆରମ୍ଭ ହୋଇଛି। କୌଣସି ପ୍ୟାକ୍ସରେ ୨୪ଘଂଟାରୁ ଅଧିକ ସମୟ ଧାନ ପଡ଼ି ରହିବ ନାହିଁ।ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ତୁରନ୍ତ ପି-ପାସ୍ ମାଧ୍ୟମରେ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଧାନ ମଣ୍ଡିକୁ ନେଇ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଥିବା ସମସ୍ୟାର ଇତିମଧ୍ୟରେ ସମାଧାନ ସରିଛି। ବାକି ଜିଲ୍ଲାଗୁଡ଼ିକରେ ଖୁବଶୀଘ୍ର ଧାନ ମଣ୍ଡି ଖୋଲାଯିବ।

ସୂଚନାଯୋଗ୍ୟ, ଧାନ ବିକ୍ରିକୁ ନେଇ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଙ୍ଗରେ ଗତ ଦୁଇଦିନ ତଳେ ବିଜେପି ଓ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଦୁଇଦିନ ତଳେ ବିଜେପି ଧାନମଣ୍ଡିରେ ଏଭଳି ଅବ୍ୟବସ୍ଥା ଓ ଉପଯୁକ୍ତ ମୂଲ୍ୟ ମିଳୁନଥିବାର ଅଭିଯୋଗ କରିବା ପରେ ଆଜି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀରେ ତୁରନ୍ତ କଟନୀ-ଛଟନୀ ବନ୍ଦ ନହେଲେ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଧମକ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଏବେ ଚାଷୀ ସଂଗଠନଗୁଡ଼ିକ ପ୍ରାଇସ୍-ପ୍ରେଷ୍ଟିଜ୍ ଓ ପେନସନ ଦାବିକୁ ନେଇ ଅସନ୍ତୁଷ୍ଟ ଥିବାବେଳେ ଦୁଇ ବିରୋଧୀ ଦଳର ଏଭଳି କଡ଼ା ଆଭିମୁଖ୍ୟ ଶାସକ ବିଜେଡି ପାଇଁ ଆଗାମୀ ନିର୍ବାଚନରେ ମହଙ୍ଗା ପଡ଼ିବ ବୋଲି ଆଶଙ୍କା କରି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଯଦିଓ ଦୀର୍ଘବର୍ଷ ଧରି ମଣ୍ଡିରେ କଟନୀ-ଛଟନୀକୁ ବିରୋଧୀ ଦଳ ଓ ଚାଷୀ ସଂଗଠନ ବିରୋଧ କରି ଆସୁଥିଲେ।



from Odisha Reporter https://ift.tt/2En6y8v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages