ଆସନ୍ତା ୨୨ରେ ଲଞ୍ଚ୍ ହେବ ଭାରତର ପ୍ରଥମ 48MP କ୍ୟାମେରା ଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଆସନ୍ତା ୨୨ରେ ଲଞ୍ଚ୍ ହେବ ଭାରତର ପ୍ରଥମ 48MP କ୍ୟାମେରା ଫୋନ୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଚାଇନା କମ୍ପାନୀ ଅନର୍ ନିକଟରେ Honor V20 ଲଞ୍ଚ୍ କରିଛି। ଭାରତରେ ଏହି ସ୍ମାର୍ଟଫୋନ୍ ଜାନୁଆରୀ ୨୯ରେ ଲଞ୍ଚ ହେବ। ଭାରତରେ ଏହା ଆପଣ ଆମାଜନ୍ ଇଣ୍ଡିଆ ଜରିଆରେ କିଣିପାରିବେ। ଚୀନ୍‌ରେ ଏହି ଫୋନ୍‌ଟିକୁ କମ୍ପାନୀ ଗତ ଡିସେମ୍ବର ମାସରେ ଲଞ୍ଚ୍ କରିଥିଲା। ଇଣ୍ଟରନ୍ୟାସ୍‌ନାଲ ମାର୍କେଟ୍‌ ପାଇଁ କମ୍ପାନୀ ଏହାକୁ ଫ୍ୟାରିସ୍‌ରେ ମଧ୍ୟ ଜାନୁଆରୀ ୨୨ ତାରିଖରେ ଲଞ୍ଚ୍ କରିବ।

ଏହି ସ୍ମାର୍ଟଫୋନ୍‌ର ଅନେକ ବିଶେଷତ୍ୱ ରହିଛି। ଏହାକୁ କିଛି ନୂଆ ଫିଚର ସହ ଲଞ୍ଚ କରାଯାଇଛି। ଏହା ଭାରତରେ ପ୍ରଥମ ପଞ୍ଚ୍‌ହୋଲ୍ ଡିସ୍‌ପ୍ଲେ ଯୁକ୍ତ ସ୍ମାର୍ଟଫୋନ୍‌ ଭାବେ ଲଞ୍ଚ୍ ହେବ। ଏହି ସ୍ମାର୍ଟଫୋନ୍‌ର ଡିସ୍‌ପ୍ଲେ ଉପର କର୍ନର୍‌ରେ ପଞ୍ଚ୍‌ହୋଲ୍‌ରେ କମ୍ପାନୀ ପ୍ରଣ୍ଟ କ୍ୟାମେରା ଦେଇଛି। ଏହା ବ୍ୟତୀତ ଏହାର ସବୁଠୁ ବଡ଼ ବିଶେଷତ୍ତ୍ୱ ହେଉଛି ଏଥିରେ ରହିଛି ୪୮ ମେଗାପିକ୍ସେଲ୍‌ର କ୍ୟାମେରା। ଭାରତୀୟ ମାର୍କେଟ୍‌ରେ ଏହା ପ୍ରଥମ ୪୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟଫୋନ୍ ହେବ। ଏଥିସହ ସେଲଫି ପାଇଁ ଏଥିରେ ୨୫ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା  ଓ 4,000mAhର ବ୍ୟାଟେରୀ ଦିଆଯାଇଛି।

ଜାଣନ୍ତୁ ଏହାର ଦାମ୍‌ କେତେ ହେବ?

ଚୀନ୍‌ରେ Honor V20ର 6GB ରାମ୍ ଓ 128GB ମେମୋରି ବ୍ୟାରିଆଣ୍ଟର ମୂଲ୍ୟ ୨,୯୯୯ ୟୁଆନ୍‌(ପାଖାପାଖି ୩୦,୪୦୦ ଟଙ୍କା)ରୁ ଆରମ୍ଭ ହୋଇଛି। ସେହିଭଳି 8GB ରାମ୍ ଭ୍ୟାରିଆଣ୍ଟର ମୁଲ୍ୟ ୩,୪୯୯ ୟୁଆନ୍(ପାଖାପାଖି ୩୫,୪୦୦ ଟଙ୍କା)ରୁ ଆରମ୍ଭ ହୋଇଛି। ଏହି ଫୋନ୍‌ର Moschino ଏଡିସନ୍‌ର ମୂଲ୍ୟ ୩,୯୯୯ ୟୁଆନ୍(ପାଖାପାଖି ୪୦,୬୦୦ଟଙ୍କା) ରହିଛି। ତେବେ ସୂଚନା ଅନୁଯାୟୀ ଭାରତରେ ଏହାର ମୂଲ୍ୟ ୩୫ ରୁ ୪୦ ହଜାର ଟଙ୍କା ରହିବ।

 

 



from Odisha Reporter http://bit.ly/2C85MZs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages