ଡିଜିଟାଲ୍‌ ପେମେଣ୍ଟ ପ୍ୟାନେଲ ଅଧ୍ୟକ୍ଷ ହେଲେ ନନ୍ଦନ ନିଲେକାନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଡିଜିଟାଲ୍‌ ପେମେଣ୍ଟ ପ୍ୟାନେଲ ଅଧ୍ୟକ୍ଷ ହେଲେ ନନ୍ଦନ ନିଲେକାନି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଆଜି ଦେଶରେ ଡିଜିଟାଲ୍‌ ପେମେଣ୍ଟ କାରବାରକୁ ଅଧିକ ଶୃଙ୍ଖଳିତ ଏବଂ ବ୍ୟାପକ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଗଠନ କରିଛି। ଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଆର୍‌ବିଆଇ ନନ୍ଦନ ନିଲେକାନିଙ୍କୁ ନିଯୁକ୍ତି ଦେଇଛି।

ଏହି କମିଟିରେ ଆଉ ୪ ଜଣ ସଦସ୍ୟ ରହିଛନ୍ତି। ଏହି କମିଟି ଦେଶରେ ଡିଜିଟାଲ୍ ପେମେଣ୍ଟରର ସ୍ଥିତି କଣ ରହିଛି, ତା’ର ସମୀକ୍ଷା କରିବେ। ଏଥିସହ ଆଗକୁ ଡିଜିଟାଲ୍‌ ପେମେଣ୍ଟକୁ କେମିତି ଅଧିକ ପ୍ରୋତ୍ସାହିତ କରି ହେବ, ସେ ବିଷୟରେ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ।

ଇନଫୋସିସ୍‌ର ସହ ପ୍ରତିଷ୍ଠାତା ଶ୍ରୀ ନିଲେକାନି ୟୁଆଇଡିଏଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

ଏହି କମିଟିରେ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଏଚ୍‌ଆର୍‌ ଖାନ୍‌, ପୂର୍ବତନ ବିଜୟା ବ୍ୟାଙ୍କ ସିଇଓ କିଶୋର ସନ୍ୟାସୀ ଓ ପୂର୍ବତନ ଆଇଟି ସଚିବ ଅରୁଣ ଶର୍ମା ସଦସ୍ୟ ରହିବେ। ଏହାବାଦ୍‌ ଆରବିଆଇ ମୁଖ୍ୟ ଇନୋଭେସନ୍‌ ଅଫିସର ଭାବେ ସଞ୍ଜୟ ଝାଙ୍କୁ ନିଯୁକ୍ତି ଦେଇଛି।



from Odisha Reporter http://bit.ly/2CiuExZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages