
ସିଡ୍ନୀ: ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଦଳ ସବୁସମୟରେ ଅନ୍ତର୍ଜାତୀୟ ବରିଷ୍ଠ ଦଳ ପାଇଁ ଧୂରୀଣ ଖେଳାଳିମାନଙ୍କୁ ଉପହାର ଦେଇ ଆସିଛି। ପୂର୍ବରୁ ମହମ୍ମଦ କୈଫ, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ଏହାର ଉଦାହରଣ ହୋଇଥିବାବେଳେ ଗତ ବର୍ଷ ଆଉ ଦୁଇଟି ନାଁ ଚର୍ଚ୍ଚାକୁ ଆସିଥିଲା- ଜଣେ ଅଧିନାୟକ ପୃଥ୍ୱୀ ଶ’ ଏବଂ ଅନ୍ୟ ଜଣେ ଉପ ଅଧିନାୟକ ଶୁବ୍ମାନ୍ ଗିଲ୍। ଘରୋଇ କ୍ରିକେଟ୍ରେ ଏବଂ ଭାରତ ‘ଏ’ରେ ଅଭୂତପୂର୍ବ ସଫଳତା ପାଇଁ ପୃଥ୍ୱୀ ଟେଷ୍ଟ ପାଇଁ ଦଳରେ ସ୍ଥାନ ପାଇଥିଲେ କିନ୍ତୁ ଗିଲ୍ଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା।
ବେଶ୍ କିଛି ଦିନ ଘରୋଇ କ୍ରିକେଟ୍ ଖେଳିବାପରେ ବିର୍ତ୍ତମାନ ଗିଲ୍ଙ୍କର ନମ୍ବର ମଧ୍ୟ ଆସିଛି। ‘କଫି ୱିଥ୍ କରନ୍’ ପାଇଁ କେଏଲ୍ ରାହୁଲ୍ ବାଦ୍ ପଡ଼ିବା ତାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ନିଜର ଦକ୍ଷତା ଏବଂ କୌଶଳ ବଳରେ ଏହି ପଞ୍ଜାବୀ ବ୍ୟାଟ୍ସମ୍ୟାନ୍ ୯ଟି ରଣ୍ଜୀରେ ୧୦୪.୦୦ ଆଭରେଜ୍ରେ ୭୨୮ ରନ୍ କରିବା ସହିତ ଦେଓଧର ଟ୍ରଫିରେ ତାଙ୍କର ଦମ୍ଦାର ଇନିଂସ୍ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍ରେ ସୁଯୋଗ ଦେଇଛି।
ଶନିବାର ଏହି ଖବର ପାଇବା ପରେ ସେ ନିଜ ଅନୁଭୂତି ବଖାଣିବାକୁ ଯାଇ କହିଛନ୍ତି, “ଏହି ଡାକରା ମୋତେ ଚମକାଇ ଦେଇଥିଲା। ରାତି ଗୋଟାଏ ହେବ, ମୁଁ ଶୋଇବାକୁ ଯାଉଥିବାବେଳେ କିଛି ରିପୋର୍ଟର ମୋତେ ଫୋନ୍ କରି କହିଲେ ଯେ ମୁଁ ସିଲେକ୍ଟ ହେଇଛି। ତା’ପରେ ହ୍ୱାଟସ୍ଆପ୍ ଖୋଲି ଦେଖିଲି ମୁଁ ଏବଂ ବିଜୟ ଶଙ୍କର କେଏଲ୍ ରାହୁଲ୍ ଏବଂ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ବଦଳରେ ମନୋନୀତ ହୋଇଛୁ। ପ୍ରଥମ ୧୫ରୁ ୨୦ ସେକେଣ୍ଡ ଯାଏ ମୁଁ ଖୁସିରେ ନିର୍ବାକ୍ ହୋଇଯାଇଥିଲି। ”
from Odisha Reporter http://bit.ly/2TJU0eZ
No comments:
Post a Comment