ଦେଢ଼ଘଣ୍ଟା ଧରି ସାମ୍ନାରେ ଥିଲା ବାଘ, ଏମିତି ବଞ୍ଚାଇଲେ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଦେଢ଼ଘଣ୍ଟା ଧରି ସାମ୍ନାରେ ଥିଲା ବାଘ, ଏମିତି ବଞ୍ଚାଇଲେ ଜୀବନ

ଭୋପାଳ: ବନ ବିଭାଗ ଅଧିକାରୀଙ୍କ ଜୀବନ ରୋମାଞ୍ଚକର ମନେହେଉଥିଲେ ହେଁ ବାସ୍ତବରେ ଜଙ୍ଗଲ ଭିତରର କାହାଣୀ ଯେ ସବୁବେଳେ ସୁନ୍ଦର ହୋଇଥାଏ ତାହା ନୁହେଁ। ବେଳେବେଳେ ବନ୍ୟଜନ୍ତୁଙ୍କ ଇଲାକାରେ ମଣିଷଙ୍କ ଉପସ୍ଥିତି ସେମାନଙ୍କ ପାଇଁ ଅସହ୍ୟ ହୋଇଥାଏ।

ମଧ୍ୟପ୍ରଦେଶର ସାତପୁରା ଅଭୟାରଣ୍ୟର ଏଭଳି ଏକ କାହାଣୀ ବଖାଣିଛନ୍ତି ବାଘକୁ ସାମ୍ନାରେ ଭେଟି ଦେଢ଼ଘଣ୍ଟା ବିତାଇଥିବା ବନ ବିଭାଗ ଅଧିକାରୀ ସୁଧା ଧୁର୍ବେ। ସେ କେବଳ ନିଜ ଜୀବନ ନୁହେଁ ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣଙ୍କ ଜୀବନ ମଧ୍ୟ ବଞ୍ଚାଇପାରିଥିଲେ।

ସକାଳ ୬.୩୦ରେ ସେମାନେ ବାଘ ଗଣନା ପାଇଁ ଯଥାରୀତି ଜଙ୍ଗଲ ବାହାରିଥିଲେ। ତାଙ୍କ ସହିତ ଦୁଇ ସହକର୍ମୀ ଅର୍ଜୁନ ଓ ବିଷ୍ଣୁ ମଧ୍ୟ ଥିଲେ। ହଠାତ୍‌ ବାଘ ପାଦ ଚିହ୍ନ ଦେଖି ତାକୁ ଅନୁସରଣ କରିବାକୁ ଲାଗିଲେ, ଯାହାକି ତାଙ୍କର ସବୁଦିନିଆ କାମ।

ଏହା ପରର ଘଟଣା ବାବଦରେ ସୁଧା କୁହନ୍ତି, “ମଙ୍ଗଳବାର ସକାଳେ ଆମେ ବାଘ ଗଣିବାକୁ ବାହାରିଥିଲୁ। ଜଙ୍ଗଲଟା ଘଞ୍ଚ ଥିଲା ଏବଂ ହଠାତ ଆମେ ଦେଖିଲୁ ଆମଠାରୁ ୧୦ ମିଟର ଆଗରେ ବାଘ। ଆମ ଭୟଙ୍କର ଭାବେ ଡରିଗଲୁ। ସେହି ମୂହୁର୍ତ୍ତରେ ମୁଁ ପାଇଥିବା ତାଲିମ ଭୁଲିଗଲି। କିଛି ସମୟ ପରେ ମୁଁ ସ୍ଥିର ହେଲି ଏବଂ ବାଘର ଆଖିକୁ ଅନେଇ ରହିଲି।”

ବାଘ, ଚିତାବାଘ ଏବଂ ଭାଲୁ ଆଦି ଜନ୍ତୁ ସାମ୍ନାରେ ଆସିଲେ ବନ ବିଭାଗ କର୍ମଚାରୀମାନଙ୍କୁ ଏଭଳି ମୁକାବିଲା କରିବାର ତାଲିମ ଦିଆଯାଇଥାଏ।

ସେ ଆହୁରି ମଧ୍ୟ କହିଥିଲେ, “ମୁଁ ବିଷ୍ଣୁ ଏବଂ ଅର୍ଜୁନଙ୍କୁ ସତର୍କ କରାଇଲି, ଆମେ ଇଞ୍ଚେ ଘୁଞ୍ଚିବୁ ତ ସେ ଆକ୍ରମଣ କରିବ। ସେ ରାଗରେ ଆମ ଆଡ଼େ ଅନେଇଥିଲା, ଗର୍‌ର ଗର୍‌ର ଶବ୍ଦ କରିବା ପରେ ଥରେ ଗର୍ଜନ ମଧ୍ୟ କରିଥିଲା। କିନ୍ତୁ ଆମେ କିଛି ପ୍ରତିକ୍ରିୟା ପ୍ରକାଶ କରିନଥିଲୁ। ଦେଢ଼ଘଣ୍ଟା ପରେ ସେ ମୁହଁ ବୁଲେଇ ଘଞ୍ଚ ଜଙ୍ଗଲକୁ ଚାଲିଗଲା। ଆମେ ଶୀତ ସକାଳରେ ମଧ୍ୟ ଝାଳରେ ଭିଜିଯାଇଥିଲୁ। ମୁଁ ମୋ କଥା ଛାଡ଼ି ଅର୍ଜୁନ ଏବଂ ବିଷ୍ଣୁ ପାଇଁ ବେଶୀ ଚିନ୍ତିତ ଥିଲି। ଆମେ ଅଫିସ୍‌ ଫେରି ସମସ୍ତଙ୍କୁ ପୂରା ଘଟଣା ବଖାଣିଥିଲୁ। ଏହା ପରେ ମୋ ସହ ଯାଇଥିବା ଦୁଇ ଫରେଷ୍ଟ ଗାର୍ଡଙ୍କୁ ଭୟରେ ଜ୍ୱର ହୋଇଯାଇଥିଲା।”



from Odisha Reporter http://bit.ly/2D7eVTS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages