ଉଜ୍ଜ୍ଵଳା ଗ୍ୟାସରୁ କେହି ଗରିବ ହିତାଧିକାରୀ ବଞ୍ଚିତ ହେବେ ନାହିଁ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଉଜ୍ଜ୍ଵଳା ଗ୍ୟାସରୁ କେହି ଗରିବ ହିତାଧିକାରୀ ବଞ୍ଚିତ ହେବେ ନାହିଁ: ଧର୍ମେନ୍ଦ୍ର

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସୁଦ୍ଧା ଦେଶରେ ୭୦ ପ୍ରତିଶତ ଲୋକ ଉଜ୍ଜ୍ଵଳା ଯୋଜନାର ଲାଭ ପାଇଛନ୍ତି। ଦେଶର ୬ କୋଟି ଗରିବ ଓ ଓଡ଼ିଶାର ୩୫ ଲକ୍ଷ ପରିବାରକୁ ଏଲପିଜି ସଂଯୋଗ ଦିଆଯାଇଛି । ଆଗାମୀ କିଛି ମାସ ମଧ୍ୟରେ ଜଣେ ବି ଗରିବ ଲୋକ ଏଥିରୁ ବଞ୍ଚିତ ହେବେ ନାହିଁ। ମହିଳାଙ୍କ ସ୍ୱାଭିମାନ, ରୋଜଗାର, ସ୍ୱାସ୍ଥ୍ୟ ଓ ସଶକ୍ତିକରଣ କରିବାରେ ମୋଦି ସରକାର ଦାୟିତ୍ୱର ସହ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କୃଷ୍ଣପ୍ରସାଦରେ ଆୟୋଜିତ ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଯୋଗେଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମହିଳାଙ୍କୁ ସଶକ୍ତ କରିଥିବା ଏହିପରି ଏକ ଯୋଜନାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ବିରୋଧ କରୁଛନ୍ତି । ଭାରତବର୍ଷର ଓଡିଶାକୁ ଏକ ନମ୍ବର ରାଜ୍ୟ କରିବାର କଥା କହୁଥିବା ମୁଖ୍ୟମନ୍ତ୍ରୀ କେବଳ ବାହାପିଆ କଥା ଶୁଣାଉଛନ୍ତି। ଢେଙ୍କାନାଳରେ ବିୟର ଫ୍ୟାକ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଜଙ୍ଗଲ କାଟି ରାତିଅଧିଆ ଜମି ଦିଆଯାଉଛି। ରାଜ୍ୟ ସରକାରଙ୍କ ସହଯୋଗ କରିବାର ମନ ନାହିଁ। କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ରାଜ୍ୟକୁ ଦେଉଥିଲେ ମଧ୍ୟ ଏହାକୁ କ୍ରିୟାନ୍ୱୟନ କରିବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୪ ମସିହାରେ ଓଡିଶାରେ ପାଖାପାଖି କୋଟିଏ ପରିବାରରୁ ଏଲପିଜି ସଂଯୋଗ ମାତ୍ର ୨୦ ଲକ୍ଷ ପରିବାରରେ ଥିଲା । ତେବେ ୨୦୧୪ରେ ପୁରୀ ଜିଲ୍ଲାରେ ୪ ଲକ୍ଷ ଘରୁ ୭୮ ହଜାର, ଓ ବ୍ରହ୍ମଗିରିରେ ମାତ୍ର ୩୦ ହଜାର ୨୨୬ ଘରୁ ୧୪୧୪ ଜଣଙ୍କ ଘରେ ଏଲପିଜି ସଂଯୋଗ ଥିଲା । ମାତ୍ର ଆଜି ପ୍ରଧାନମନ୍ତ୍ରୀଙ୍କ ଉଜ୍ଜଳା ଯୋଜନାରେ ତାହା ବୃଦ୍ଧି ପାଇଁ ୩୧ ହଜାର ୭୨୯ରେ ପହଂଚିଛି । ଆଜିର କାର୍ଯ୍ୟକ୍ରମ ଅବସରରେ ୧୫୦୦ ଜଣ ଉଜ୍ଜ୍ଵଳା ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ କରାଯାଇଥିଲା।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ଗତ ମାସରେ ମୁଖ୍ୟମନ୍ତ୍ରୀ ଏଠାକୁ ଆସି ଫଳକ ଲଗେଇଛନ୍ତି ଯେ ସେ ୧୪୯ଟି ଘରେ ପାଣି ପହଞ୍ଚାଇ ଦେଲେ। କିନ୍ତୁ କୃଷ୍ଣପ୍ରସାଦର ସବୁ ଗାଁର ଘରେ ଘରେ ପାଇପ ଯୋଗେ ପାଣି ପହଞ୍ଚି ନାହିଁ। ବାହାଘର ବେଳେ ବାଇଗଣ ରୁଆ ଭଳି ଏବେ କାମ ହେଉଛି। ୧୯ ବର୍ଷର ଶାସନରେ ରହିବା ପରେ ମୁଖ୍ୟମନ୍ତ୍ରୀଙ୍କର କୃଷ୍ଣପ୍ରସାଦ, ବ୍ରହ୍ମଗିରିର ମା ଓ ଭଉଣୀଙ୍କ କଷ୍ଟ ଜଣାପଡ଼ିଲା ନାହିଁ। କିନ୍ତୁ ନିର୍ବାଚନକୁ ମାତ୍ର ୧୦୦ ଦିନ ବାକି ଥିଲା ବେଳେ ଦିନରେ ଲଣ୍ଠନ ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ଆସିଛନ୍ତି ୧୪୯ ଘରେ ପିଇବା ପାଣି ଯୋଗାଇବେ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସମୁଦ୍ର କୂଳରେ ୪୧୫ କିମି ବ୍ୟାପୀ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିବଙ୍ଗର ସୀମା ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇେଓ ନରେନ୍ଦ୍ର ମୋଦି ସରକାର କ୍ରିୟାନ୍ୱୟନ କରିବାକୁ ଯାଉଛନ୍ତି। ସାଗରମାଳା ପ୍ରୋଜେକ୍ଟ, ଭାରତମାଳା ପ୍ରୋଜେକ୍ଟରେ ଏହି ୪୧୫ କିମି ଉପକୂଳ ଅଞ୍ଚଳରେ ମେରାଇନ ଡ୍ରାଇଭ ପରି ରାସ୍ତା କରିବା ପାଇଁ ଭାରତ ସରକାର ନିଷ୍ପତ୍ତି କଲେ। ଏହାଦ୍ୱାରା ବ୍ରହ୍ମଗିରି ଅଞ୍ଚଳର ଅଧିବାସୀ ଲାଭ ପାଇଥାନ୍ତେ। ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ତିନି ବର୍ଷ ଧରି ଏହି ରାସ୍ତାର ନକ୍ସା ରାଜ୍ୟ ସରକାର, ମୁଖ୍ୟଶାସନ ସଚିବ, ଉପମୁଖ୍ୟଶାସନ ସଚିବ, ପୁରୀ, ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜିଲ୍ଲପାଳମାନଙ୍କୁ ଦିଆଗଲା। ରାଜ୍ୟ ସରକାର ଓ ଜନପ୍ରତିନିଧିଙ୍କ ସହମତିରେ ରାସ୍ତାର ଆଲାଇନମେଣ୍ଟ ପୂରା କରାଗଲା। ଏହା ପରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଦେବାର ଥିଲା। ଜାଗା ମିଳିବା ପରେ କେନ୍ଦ୍ର ସରକାର ୧୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ କରି ୪୧୫ କିମିକୁ ଜାତୀୟ ରାଜପଥ ବନାଇଥିଲେ ଏ ଅଞ୍ଚଳର ଭବିଷ୍ୟତ ବଦଳିଥାନ୍ତା। କିନ୍ତୁ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଏହା ହୋଇପାରି ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଚିଲ୍ଲିକାରେଅଢ଼େଇ କିମି ଲମ୍ବ ବ୍ରିଜ ତିଆରି କରିବାର ଆବଶ୍ୟକତା ରହିଛିା ଏଥିପାଇଁ ଜମିଅଧିଗ୍ରହଣ ଦରକାର ନାହିଁ। ମାତ୍ର ଗୋଟିଏ ଅନୁମତି ଦରକାର ଅଛି। ଓଡିଶାର ଜଙ୍ଗଲ ବିଭାଗ ମୁଖ୍ୟ ସଚିବ ଏହାକୁ ଅନୁମତି ଦେବା ଦରକାର। ଏହି ବ୍ରିଜ ହେଲେ ଗଞ୍ଜାମ, ପୁରୀ ବ୍ଲକ ଯୋଡ଼ିହେବ। ଉକ୍ତ ରାସ୍ତା ହେଲୋ ଗଞ୍ଜାମ ଲୋକେ ସାତପଡ଼ା ଦେଇ ମହାପ୍ରଭୁଙ୍କୁ ଦର୍ଶନ କରପାରିବେ। ଏହାର ଅନୁମତି ପାଇଁ ଗୋଟିଏ ଦରଖାସ୍ତ ୮ ନଭେମ୍ବର ୨୦୧୮ରୁ ଓଡିଶା କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପାଖରେ ପଡିରହିଛି। ବ୍ରିଜ ପାଇଁ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହେବ। ଓଡିଶା ସରକାରଙ୍କୁ କେବଳ ଗୋଟେ ଅନୁମତି ଦେବାର ଆବଶ୍ୟକତା ରହିଥିବା ବେଳେ ଏବେ ଅଢ଼େଇ ମାସ ପରେ ଅନୁମତି ଦେଲେ ନାହିଁ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୦ ବର୍ଷ ପୂର୍ବେ ଓଡିଶା ପାଇଁ ସଂଗ୍ରାମ କରିଥିବା ବକ୍ସି ଜଗବନ୍ଧୁଙ୍କ ପୂର୍ତି ଦିଲ୍ଲୀରେ ପାଳନ କରାଗଲା। ଗତ ୨୪ ତାରିଖରେ ମୋଦିଙ୍କ ହାତରେ ବକ୍ସି ଜଗବନ୍ଧୁଙ୍କ ଡାକ ଟିକେଟ୍ ଲୋକର୍ପଣ କରାଗଲା । ଏବେ ଗୁଜୁରାଟରେ ଷ୍ଟାଚ୍ୟ ଅଫ୍ ୟୁନିଟ, ମହାରଷ୍ଟ୍ରରେ ଶିବାଜୀଙ୍କ ମୂର୍ତିପରି ବରୁଣେଇ ପାଦଦେଶରୋ ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହ ନାଁରେ କେନ୍ଦ୍ରର ୧୦୦ କୋଟି ଟଙ୍କା ବ୍ୟୟବରାଦରେ ସ୍ମାରକୀ କରିବା ପାଇଁ ଭାରତ ସରକାର କହିଲୋ ମାତ୍ର ମୁଖ୍ୟମନ୍ତ୍ରୀ ଭାଷଣରେ କହିଲେ ବକ୍ସିଙ୍କ ସ୍ମୃତି ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଦେବେ। ଯେଉଁ ସମାଜ ବକ୍ସିଙ୍କ ପାଖରେ ୠଣୀ, ଯାହାଙ୍କ ସ୍ମୃତିରେ କିଛି କଲେ ବି କମ ପଡ଼ିବ, ମୁଖ୍ୟମନ୍ତ୍ରୀ ଏଥିରେ ଦୟା ଦେଖାଇ କହିଲେ ମୁଁ ମାଗଣା ଜମି ଦେବି। ୨୪ ଡିସେମ୍ବରରେ ରାଜ୍ୟ ସରକାର କହିଥିଲେ ମାଗଣାରେ ଜମି ଦେବୋ କିନ୍ତୁ ଏ ଯାଏଁ ଚିଠିକି ଟେଲିଫୋନ ଯାଇନାହିଁ। ମୁଖ୍ୟମନ୍ତ୍ରୀ କେବଳ ଭାରତ ସରକାରଙ୍କୁ ନୁହେଁ ମୋଦିଙ୍କୁ ବି ଠକିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2AT80vU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages