
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ସାମିଲ ହେବାକୁ ଗୋଡ଼ ଟେକି ବସିଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ ହେବାପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ଶ୍ରୀ ସିଂ ସିଧାସଳଖ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ହେମାନନ୍ଦ ନିଜ ଝିଅକୁ ସୁନ୍ଦରଗଡ଼ରୁ ବିଧାୟକ ଭାବେ ଛିଡ଼ା କରିବାକୁ ଚାହୁଁଛନ୍ତି। ଏଥିପାଇଁ ଝିଅଙ୍କ ଅନେକ ପୋଷ୍ଟର ଓ ବ୍ୟାନର ଏହି ଅଞ୍ଚଳରେ ମରାଯାଇଛି। ହୁଏତ ଏଭଳି ସୁଯୋଗ ସେ ଖୋଜୁଥିଲେ। ଯେଉଁଥିପାଇଁ ତାଙ୍କ ବିରୁଦ୍ଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ଶ୍ରୀ ସିଂ ବିଜେଡିରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେଡିର ଜଣେ ରାଜ୍ୟସଭା ସାଂସଦ ତାଙ୍କୁ ଦଳରେ ସାମିଲ କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି। ଯାହାକି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ସେ ସମ୍ଭବତଃ ଚଳିତମାସ ଶେଷ ସପ୍ତାହରେ ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶ୍ରୀ ସିଂଙ୍କୁ ଦଳରେ ସାମିଲ କରିବା ପାଇଁ ଏବେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଉଛି।
from Odisha Reporter http://bit.ly/2Cqs1Kf
No comments:
Post a Comment