
ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଜଣେ ବ୍ୟକ୍ତିଠାରୁ ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଲୁଟେରା ଧରାପଡ଼ିଛନ୍ତି। ପୁଲିସ୍ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ନିକଟରୁ ଗୋଟିଏ ବାଇକ୍ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି।
ଆଜି ସକାଳେ ସାକ୍ଷୀଗୋପାଳର ନରେନ୍ଦ୍ରପୁର ଗାଁର ଶଶିକାନ୍ତ ମହାପାତ୍ର ପିପିଲି ହାଟକୁ ଯାଉଥିଲେ। ଏହି ସମୟରେ ସାତଶଙ୍ଖ ଶିରିଆପୁର ନିକଟରେ ଏହି ଦୁଇ ଲୁଟେରା ତାଙ୍କୁ ଅଟକାଇ ଥିଲେ।
ସେମାନେ ଶଶିକାନ୍ତଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିବା ପାଇଁ ଉଦ୍ୟମ କରିଥିଲେ ଓ ମାଡ଼ ମଧ୍ୟ ମାରିଥିଲେ। ତେବେ ଶଶିକାନ୍ତ ଜୋରରେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ ଓ ଦୁଇ ଲୁଟେରାଙ୍କୁ କାବୁ କରି ବାନ୍ଧି ପକାଇଥିଲେ ଓ ପୁଲିସ୍କୁ ସୂଚନା ଦେଇଥିଲେ।
from Odisha Reporter http://bit.ly/2VJgqyX
No comments:
Post a Comment