
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ଯୋଜନା ପରେ ଯୋଜନା ଆରମ୍ଭ କରୁଛନ୍ତି। ‘ପିଠା’, ‘କାଳିଆ’ ଆଦି ଯୋଜନା ପରେ ରାଜ୍ୟରେ ଆରମ୍ଭ ହୋଇଛି ‘ଆମ ଘରେ ଏଲ୍ଇଡି ଯୋଜନା’।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ଘରେ ଏଲ୍ଇଡି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଏନ୍ଏଫ୍ଏସ୍ଏ, ଏସ୍ଏଫ୍ଏସ୍ଏସ୍ ହିତାଧିକାରୀଙ୍କୁ ମାଗଣାରେ ବଲ୍ ମିଳିବ। ଏହାଦ୍ୱାରା ରାଜ୍ୟର ୯୫ଲକ୍ଷ ପରିବାର ଉପକୃତ ହେବେ।
ଏହି ଯୋଜନାରେ ପ୍ରତି ପରିବାରକୁ ୯ ୱାଟ୍ର ୪ଟି ଏଲ୍ଇଡି ବଲବ୍ ବିନାମୂଲ୍ୟରେ ଯୋଗାଇ ଦିଆଯିବ। ଏଥିପାଇଁ ମୋଟ ୩ କୋଟି ୮୦ ଲକ୍ଷ ବଲ୍ବ କିଣିବେ ରାଜ୍ୟ ସରକାର।
ଆଜି ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ପିଠା ଶିବିରରେ ଏଲ୍ଇଡି ବଲ୍ବ ଯୋଗାଇ ଦିଆଯିବ।
from Odisha Reporter http://bit.ly/2QAXXkd
No comments:
Post a Comment