
(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଅତି ପରିଚିତ ପୋମେରିଆନ୍ ପ୍ରଜାତିର କୁକୁର ‘ବୁ’ ଗତ ଶୁକ୍ରବାର ଦିନ ହୃଦ୍ରୋଗରେ ମୃତ୍ୟୁବରଣ କରିଛି। ୨୦୧୭ ମସିହାରେ ତା’ର ସାଙ୍ଗ ‘ବଡ୍ଡି’ର ମୃତ୍ୟୁ ପରେ ସେ ଏକୁଟିଆ ଥିଲା। ତେବେ ତା’ର ଫଲୋୟର୍ସଙ୍କ ସଂଖ୍ୟା କେତେ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ।

ଏହାର ସମସ୍ତ ସୋଶାଲ ମିଡିଆ ଆକାଉଣ୍ଟରେ ଶେଷ ଖବର ସୁଦ୍ଧା ମୋଟ ୧.୭ କୋଟି ଫଲୋୟର୍ସ ଅଛନ୍ତି। ଏକଥା କୁକୁରର ମାଲିକ ହିଁ ଘୋଷଣା କରିଛନ୍ତି। କୁକୁରଟିର ମାଲିକ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ, “ଦୁଃଖର ସହିତ ଜଣାଉଛି ଶୋଇଥିବା ଅବସ୍ଥାରେ ହିଁ ‘ବୁ’ର ମୃତ୍ୟୁ ହୋଇଯାଇଛି। ସେ ଆମକୁ ଛାଡ଼ି ତା’ର ସାଙ୍ଗ ‘ବଡ୍ଡି’ ପାଖକୁ ଚାଲିଯାଇଛି।”

ମାଲିକ ଜଣକ ଆହୁରି ମଧ୍ୟ କହିଛନ୍ତି, ସେ ହୃଦ୍ରୋଗ କାରଣରୁ ମୃତ୍ୟୁବରଣ କରିଥିବା ଆଶଙ୍କା କରୁଛି। ଭାବୁଛି ତା’ର ସାଙ୍ଗର ମୃତ୍ୟୁ ପରେ ସେ ସତେ ଯେମିତି ଭାଙ୍ଗି ପଡ଼ିଥିଲା। ମୁଁ ନିଶ୍ଚିତ ଯେ ଦୁହେଁ ସ୍ୱର୍ଗରେ ଭେଟ ହୋଇ ଖୁସିରେ ରହିବେ।
from Odisha Reporter http://bit.ly/2T3GQcK
No comments:
Post a Comment