
ହାଇଦ୍ରାବାଦ୍: ମଦ ପିଇ ଗାଡ଼ି ଚଳାଇଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ହୁଏତ ରାତିର ନିଶାରେ ଆପଣ ଭୁଲିଯାଇଥିବେ ପୁଲିସ୍ ସହିତ କ’ଣ କଥା ହୋଇଥିଲେ ଏବଂ କେମିତି ଫାଇନ୍ ଦେଇ ଖସିଥିଲେ, କିନ୍ତୁ ସେସବୁ କଥା ଆଉ ଥରେ ମନେ ପକାଇଦେବା ପାଇଁ ଆପଣଙ୍କ ଅଫିସ୍ର ଏଚ୍ଆର୍ ବିଭାଗରେ ଏକ ଚିଠି ଆପଣଙ୍କ ଅପେକ୍ଷାରେ ଥିବ।
ଏପରି ହେବ ନୁହେଁ, ହାଇଦ୍ରାବାଦରେ ଏପରି ଚିଠି ଆସିବା ଆରମ୍ଭ ହୋଇସାରିଲାଣି। ସୋଶାଲ ମିଡିଆରେ ଏଭଳି ଏକ ଚିଠି ଭାଇରାଲ ହେଉଛି।
ସେଭଳି ଏକ ଚିଠିରେ ଲେଖା ଅଛି, “ଆପଣଙ୍କୁ ଜଣାଇ ଦିଆଯାଉଛି ଯେ, ଆପଣଙ୍କ କର୍ମଚାରୀ ମାଧପୁର ଟ୍ରାଫିକ୍ ଅଧୀନସ୍ଥ ପ୍ରଭାତନଗର ଅଞ୍ଚଳରେ ଗାଡ଼ି ଚଳାଇବା ସମୟରେ ଆଲକହଲ୍ ଦ୍ୱାରା ପ୍ରଭାବିତ ଥିଲେ। ତାଙ୍କୁ ସାଇବରାବାଦ ଅଞ୍ଚଳରେ ଥିବା ଟ୍ରାଫିକ୍ ଇନ୍ଷ୍ଟିଚ୍ୟୁଟ୍ରେ କାଉନ୍ସେଲିଂ କରାଯାଇଛି। ଏହାପରେ ତାଙ୍କୁ କୋର୍ଟକୁ ପଠାଯାଇ ନଭେମ୍ବର ୨୮ରୁ ଡିସେମ୍ବର ୧ ତାରିଖ ଯାଏ ଜେଲ୍ ପଠାଯାଇଥିଲା।”
ଏକ ସଫ୍ଟଓୱେର କମ୍ପାନୀକୁ ଯାଇଥିବା ଏହି ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି, “ଆପଣ ନିଶ୍ଚୟ ଜାଣିଥିବେ ଭାରତରେ ଗାଡ଼ି ଚଳାଉଥିବା ସମୟରେ ରକ୍ତରେ ସର୍ବାଧିକ ୩୦ ମିଲିଗ୍ରାମ/୧୦୦ ମିଲିଗ୍ରାମ୍ ଆଲକହଲ ରହିପାରିବ। ଏତଦ୍ବ୍ୟତୀତ ମଦ୍ୟପାନ କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଯାହାଫଳରେ ସେମାନେ ନିଜ ଜୀବନ ବ୍ୟତୀତ ନିରୀହ ପଥଚାରୀଙ୍କ ଜୀବନ ମଧ୍ୟ ବିପଦରେ ପକାଉଛନ୍ତି। ଉଚ୍ଚଶିକ୍ଷିତ ହିସାବରେ ଆଇଟି କର୍ମଚାରୀମାନେ ଟ୍ରାଫିକ୍ ନିୟମ ମାନିବା ଉଚିତ।”
from Odisha Reporter http://bit.ly/2RUMFfr
No comments:
Post a Comment