ବାପାଙ୍କ ପାଖକୁ ଖାଇବା ନେଇ ଯାଇଥିଲା, ନାଳ କଡ଼ରୁ ମିଳିଲା ନାବାଳିକାଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ବାପାଙ୍କ ପାଖକୁ ଖାଇବା ନେଇ ଯାଇଥିଲା, ନାଳ କଡ଼ରୁ ମିଳିଲା ନାବାଳିକାଙ୍କ ମୃତଦେହ

ଅନୁଗୋଳ (ବିରଜା ଦାଶ): ଆଜିକୁ ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା ବନ୍ତଳାରେ ଜଣେ ସାଢ଼େ ୩ ବର୍ଷର କୁନି ଝିଅକୁ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ଆଜି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ଜଙ୍ଗଲ ଭିତରୁ ମିଳିଛି। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ିନଥିବା ବେଳେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନାବାଳିକାର ନାଁ ଝୁମୁରି (ଛଦ୍ମନାମ)। ସପ୍ତମ ଶ୍ରେଣୀରେ ପାଠ ପଢ଼େ। ଦୁଇଦିନ ତଳେ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଝୁମୁରି ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଥିଲା। ଆଜି ରବିବାର ଥିବାରୁ ସ୍କୁଲ ଛୁଟି ରହିଥିଲା। ସେଥିପାଇଁ ମଧ୍ୟାହ୍ନରେ ଦୋକାନ କରିଥିବା ବାପାଙ୍କ ପାଖକୁ ଖାଇବା ନେଇ ଯାଇଥିଲା। ହେଲେ ଘରକୁ ଫେରିନଥିଲା। ଅପରାହ୍ନ ପ୍ରାୟ ୨ଟାରୁ ୩ଟା ଭିତରେ ଝୁମୁରିଙ୍କ ମୃତଦେହ ମାଆ ଦକ୍ଷିଣ କାଳୀ ମନ୍ଦିର ନିକଟସ୍ଥ ଲିଙ୍ଗରା ଜୋର ନିକଟରେ ପଡ଼ିଥିଲା। ଖାଇବା ଟିଫିନ୍‌ ଓ ଝୁମୁରିର ଚପଲ ରାସ୍ତାରେ ପଡ଼ିଥିବା ବେଳେ ତା’ର ମୃତଦେହ କ୍ଷତାକ୍ତ ଅବସ୍ଥାରେ ଜଙ୍ଗଲ ଭିତରେ ପଡ଼ିଥିଲା। ଚାରିଆଡେ ରକ୍ତ ଛିଟା ପଡ଼ିଥିବାରୁ ତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପୁଲିସ ଓ ସାଇଣ୍ଟିକ୍‌ଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। କିନ୍ତୁ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଯାଇ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି।



from Odisha Reporter http://bit.ly/2HpJecz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages