କଂଗ୍ରେସ -ବିଜେଡି ମଧ୍ୟରେ ଖଣି ବ୍ୟବସାୟର ସୁରକ୍ଷା ପାଇଁ ହୋଇଛି ରାଜନୀତିକ ଡିଲ୍ : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

କଂଗ୍ରେସ -ବିଜେଡି ମଧ୍ୟରେ ଖଣି ବ୍ୟବସାୟର ସୁରକ୍ଷା ପାଇଁ ହୋଇଛି ରାଜନୀତିକ ଡିଲ୍ : ବିଜେପି

samirmohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଓ କଂଗ୍ରେସ ମଧ୍ୟରେ ଖଣି ବ୍ୟବସାୟ ଓ ରାଜନୀତିକ ସ୍ୱାର୍ଥ ରକ୍ଷା ପାଇଁ ବଡ଼ ଡିଲ୍ ହୋଇଛି, ଯାହାକି ଓଡ଼ିଶା ପାଇଁ ବଡ଼ ବିପଦ ବୋଲି ବିଜେପି ଅଭିଯୋଗ କରିଛି। ତାମିଲନାଡ଼ୁର ଖଣି ମାଫିଆ ଓ ତୃତୀୟ ମହଲାର କ୍ଷମତାଶାଳୀ ତାମିଲ ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ରାଜ୍ୟକୁ ଲୁଟ୍ କରାଯାଉଛି ବୋଲି ବିଜେପି କହିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଖଣିମାଫିଆଙ୍କ ମଧ୍ୟରେ ଡିଲ୍ ରାଜ୍ୟକୁ ଏତେ ମାତ୍ରାରେ ପ୍ରଭାବିତ କରିଛି ଯାହା ରାଜ୍ୟର ସାମୁହିକ ସ୍ୱାର୍ଥ ପ୍ରତି ବଡ ବିପଦ ଭାବେ ଉଭା ହୋଇଛି। ଓଡିଶାର ସବୁଠୁ ବଡ଼ ଖଣି ଦଲାଲ ଭାବେ ତାମିଲନାଡୁର ଜନୈକ ବ୍ୟକ୍ତି ଗତ କିଛି ବର୍ଷ ମଧ୍ୟରେ ଅଖଣ୍ଡ ପ୍ରଭାବ ବିସ୍ତାର କରିଛନ୍ତି। ତାମିଲନାଡୁର ଏହି ଖଣି ମାଫିଆ ଏବଂ ତୃତୀୟ ମହଲାର କ୍ଷମତାଶାଳୀ ତାମିଲ ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କଳାପାହାଡ଼ ଭଳି ଓଡିଶାର ଅର୍ଥ, ସ୍ୱାର୍ଥ ଓ ସ୍ୱାଭିମାନକୁ ଦିନ ଦ୍ୱିପ୍ରହରରେ ଓଡ଼ିଆ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟି ଚାଲିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, କଂଗ୍ରେସ, ଖଣିମାଲିକ ପରିବାର ଓ ତୃତୀୟ ମହଲା ମଧ୍ୟରେ ଏହି ତାମିଲ ଖଣି ମାଫିଆ କେବଳ ଯୋଗସୂତ୍ର ନୁହଁନ୍ତି ବରଂ ଏହି ତାମିଲ ଦଲାଲଜଣକ କଂଗ୍ରେସ ଖଣିମାଲିକଙ୍କ ଖଣିଖୋଳା ଲୁହାପଥର ବେପାରର ବ୍ୟବସାୟିକ ପାର୍ଟନର ଅଛନ୍ତି। ଦୀର୍ଘଦିନ ଧରି ଓଡିଶାରେ କଂଗ୍ରେସର ଦ୍ରୁତ ଶକ୍ତିକ୍ଷୟ ହୋଇଚାଲିଛି। ରାଜ୍ୟରେ ବିଜେପି ସୁଦୃଢ଼ ବିକଳ୍ପ ଭାବରେ ବିଜେଡି ଠାରୁ କ୍ଷମତା ଛଡାଇ ନେବାର ଭୟ ସୃଷ୍ଟି ହେଲାଣି। ଖଣିମାଲିକ ପରିବାର ହାତରେ ଏବେ କଂଗ୍ରେସ ମାଲିକାନା। ଖଣିମାଲିକ ପରିବାରର ଅନ୍ୟଜଣେ ଟାଣୁଆ ପ୍ରତିନିଧି ଏବେ ବିଜେଡି ସାଂସଦ।

ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ ଖଣିମାଲିକ ପରିବାରର ବ୍ୟବସାୟିକ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ଓ କଂଗ୍ରେସର ମିଳିତ ଯୋଜନାର ଅଂଶବିଶେଷ ଭାବେ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିବା ସ୍ପଷ୍ଟ ବୁଝାପଡ଼ୁଛି। ଶ୍ରୀକାନ୍ତ ଜେନା ଓଡିଶାର ଦୁଇ ପ୍ରଭାବଶାଳୀ ପରିବାର ହାତରେ କ୍ଷମତା ନେଇ କଟୁ ଟିପ୍ପଣୀ ଦେଇ ଆସୁଛନ୍ତି। ସେ କଂଗ୍ରେସ ଓ ବିଜେଡି ମଧ୍ୟରେ ଖଣି ବ୍ୟବସାୟିକ ସ୍ୱାର୍ଥ ରକ୍ଷା ଓ ରାଜନୈତିକ ସ୍ୱାର୍ଥ ରକ୍ଷା ଡିଲର ସୂଚନା ଦେଇଛନ୍ତି। ଓଡିଶା ରାଜନୀତିର ଏହି ନୂଆ ସମୀକରଣ ଓଡିଆ ଲୋକଙ୍କ ସ୍ୱାର୍ଥ ବିରୋଧରେ ଷଡ଼ଯନ୍ତ୍ର ବୋଲି ଶ୍ରୀ ମହାନ୍ତି କହିଛନ୍ତି।



from Odisha Reporter http://bit.ly/2S2xfWm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages