
ମୁମ୍ବାଇ: ଗ୍ଲାମର ଦୁନିଆରୁ ରାଜନୀତିରେ ପାଦ ଦେଇଥିବା ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ଟିଭି ଆଙ୍କରମାନଙ୍କୁ ପୋଷାକ ପରିଧାନ ସମ୍ପର୍କରେ ପାଠ ପଢ଼ାଇଛନ୍ତି। ସେ ସୁରତର ଏକ ହୋଟେଲ୍ରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଲେଡି ଆଙ୍କର ପ୍ୟାଣ୍ଟ ପିନ୍ଧିଥିବା ଦେଖିଥିଲେ।
ଏହାପରେ ମୌସୁମୀ ତାଙ୍କୁ ପ୍ୟାଣ୍ଟ ବଦଳରେ ଶାଢ଼ି କିମ୍ବା କୁର୍ତ୍ତା ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ଆଙ୍କର ଜଣଙ୍କ ମାଇକ୍ ଜରିଆରେ ଦର୍ଶକଙ୍କୁ ମୌସୁମୀଙ୍କ ପରିଚୟ ଜଣାଇଥିଲେ। ଏହାପରେ ମୌସୁମୀ ମାଇକ୍ ନେଇ ଲେଡି ଆଙ୍କରଙ୍କୁ କହିଥିଲେ ଯେ,“ ଆପଣ ଯେଉଁ ପୋଷାକ ପିନ୍ଧିଛନ୍ତି, ତାହା ଠିକ୍ ନୁହେଁ। ଆପଣ ଶାଢ଼ି ପିନ୍ଧନ୍ତୁ କିମ୍ବା କୁର୍ତ୍ତା-ଚୁଡ଼ିଦାର ପିନ୍ଧନ୍ତୁ। ମୁଁ ଜଣେ ମା’ ହିସାବରେ ଆପଣଙ୍କୁ ଏଭଳି ପରାମର୍ଶ ଦେଉଛି।”
ଏହାକୁ ନେଇ ସୋଶାଲ୍ ମିଡିଆରେ ଅନେକ ମତ ପ୍ରକାଶ ପାଇଛି। କେହି କେହି ମୌସୁମୀଙ୍କୁ ସମର୍ଥନ କରିଥିବା ବେଳେ ଆଉ କେହି ଏହା ପୁରୁଣା କାଳିଆ ମାନସିକତା ବୋଲି କହିଛନ୍ତି।
from Odisha Reporter http://bit.ly/2Wd0S6M
No comments:
Post a Comment