ବଲିଉଡ୍‌ରେ ଡେବ୍ୟୁ କରିବେ ପରେଶ ରାୱଲ୍‌ଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ବଲିଉଡ୍‌ରେ ଡେବ୍ୟୁ କରିବେ ପରେଶ ରାୱଲ୍‌ଙ୍କ ପୁଅ

ମୁମ୍ୱାଇ: ଲୋକପ୍ରିୟ ଅଭିନେତା ପରେଶ ରାୱଲ୍‌ଙ୍କ ପୁଅ ଆଦିତ୍ୟ ରାୱଲ୍‌ ବଲିଉଡ୍‌ରେ ଖୁବ୍‌ଶୀଘ୍ର ଡେବ୍ୟୁ କରିବେ। ପରେଶ୍‌ ରାୱଲ୍‌ଙ୍କ ଟ୍ୱିଟର୍‌ ଆକାଉଣ୍ଟ୍‌ରୁ ଏହି ସୂଚନା ମିଳିଛି। ସେ ଫିଲ୍ମ ‘ବମ୍‌ଫାଡ୍‌’ ଜରିଆରେ ରିଲ୍‌ ଲାଇଫ୍‌କୁ ଏଣ୍ଟ୍ରି କରିବେ।


ଏହି ଅପ୍‌କମିଂ ଫିଲ୍ମରେ ଶାଲିନୀ ପାଣ୍ଡେ ଆଦିତ୍ୟଙ୍କ ଅପୋଜିଟ୍‌ରେ ରହିବେ। ଅନୁରାଗ କଶ୍ୟପଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ରଞ୍ଜନ ଚନ୍ଦେଲ୍‌ ଦେବାକୁ ଯାଉଛନ୍ତି।

ଏ ସମ୍ପର୍କେର ନିର୍ମାତାଅନୁରାଗ କଶ୍ୟପ୍‌ ସୂଚନା ଦେଇ କହିଛନ୍ତି, “ରଞ୍ଜନ ଚନ୍ଦେଲ୍‌ଲମ୍ୱା ସମୟ ଧରି ମୋର ସହଯୋଗୀ ରହି ସାରିଛନ୍ତି। ପ୍ରଡ୍ୟୁସର ଅଜୟ ରାୟ ଓ ମୁଁ ‘ଗୁଲାଲ୍‌’ ଓ ‘ଦେବ ଡି’ ପରି ଫିଲ୍ମରେ କାମ କରିସାରିଛୁ। ‘ବମ୍‌ଫାଡ୍‌’ ଫିଲ୍ମରେ ମୁଁ, ଅଜୟ, ପ୍ରଦୀପ କୁମାର ଓ ଏଲନ୍‌ ମେକେଲେକ୍ସ ସାମିଲ୍‌ ଅଛୁ।”

ନିର୍ଦ୍ଦେଶକ ରଞ୍ଜନ ଚନ୍ଦେଲ୍‌ କହିଛନ୍ତି, “’ବମ୍‌ଫାଡ୍‌’ ଫିଲ୍ମ ପାଇଁ ଆଦିତ୍ୟ ଓ ଶାଲିନୀ ସବୁଠାରୁ ଭଲ ଯୋଡ଼ି। ଆମେ ଅନେକ ଅନୁଭବୀ କଳାକାରଙ୍କ ସହ ଆଲୋଚନା କରୁଥିଲୁ, କିନ୍ତୁ ଶେଷରେ ପରେଶ ରାୱଲ୍‌ଙ୍କ ପାଖରେ ରହିଥିଲୁ। ଶାଲିନୀ ସାଉଥ୍‌ରେ ଅନେକ ଫିଲ୍ମ କରିଛନ୍ତି, କିନ୍ତୁ ଲିଡ୍‌ ରୋଲ୍‌ରେ ଏହା ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ। ଆଦିତ୍ୟ ମଧ୍ୟ ଫିଲ୍ମ ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଛନ୍ତି ଏବଂ ତାଙ୍କର ବାପା-ମା’ ଦୁଇଜଣ ମଧ୍ୟ ଜଣାଶୁଣା କଳାକାର।

ଫିଲ୍ମ ‘ବମ୍‌ଫାଡ୍‌’ ଏକ ପ୍ରେମ କାହାଣୀ ଉପରେ ଆଧାରିତ। ଏହାର କାହାଣୀ ଆହ୍ଲାବାଦ୍‌ ପୃଷ୍ଠଭୂମିରୁ ଆସିଛି। ‘ବମ୍‌ଫାଡ୍‌’ ଶବ୍ଦଟି ଉତ୍ତର ଭାରତରେ ଖୁବ୍‌ ଲୋକପ୍ରିୟ। ତେବେ ଏହି ଫିଲ୍ମଟି କେବେ ରିଲିଜ୍‌ ହେବ, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।



from Odisha Reporter http://bit.ly/2R8ItnG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages