ନେତାଜୀଙ୍କ ନାମରେ ସଂଗ୍ରହାଳୟ ଉଦ୍‌ଘାଟିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ନେତାଜୀଙ୍କ ନାମରେ ସଂଗ୍ରହାଳୟ ଉଦ୍‌ଘାଟିତ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ଦିଲ୍ଲୀସ୍ଥିତ ଲାଲକିଲ୍ଲାଠାରେ ନେତାଜୀଙ୍କ ନାମରେ ନାମିତ ଏକ ସଂଗ୍ରହାଳୟର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସାଧାରଣତନ୍ତ୍ର ଦିବସକୁ ଆଉ ଅଳ୍ପ କିଛି ଦିନ ବାକିଥିବାବେଳେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ନାମରେ ସଂଗ୍ରହାଳୟ ବ୍ୟତୀତ ଜାଲିଆନାୱାଲାବାଗ୍‌ର ହୃଦୟଥରା ଇତିହାସକୁ ନେଇ ୟାଦ୍-ଏ-ଜାଲିଆନ୍ ସଂଗ୍ରହାଳୟ ଏବଂ ୧୮୫୭ ପାଇକ ବିଦ୍ରୋହ ସମ୍ପର୍କରେ ଏକ ସଂଗ୍ରହାଳୟ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ସେ ଭାରତର କଳା ଉପରେ ପର୍ଯ୍ୟବସିତ ଦୃଶ୍ୟକଳା ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ। ଏଥିରେ ଷୋଡ଼ଷ ଶତାବ୍ଦୀରୁ ସ୍ୱାଧୀନତା ଯାଏ ବିଭିନ୍ନ କଳାକୃତି ପ୍ରଦର୍ଶିତ ହେଉଛି। ରାଜା ରବି ବର୍ମା ଏବଂ ଅମୃତା ଶର୍ଗିଲଙ୍କ ଚିତ୍ର ମଧ୍ୟ ଏଥିରେ ସ୍ଥାନ ପାଇଛି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟରେ ନେତାଜୀଙ୍କ ସ୍ମୃତି ବିଜଡ଼ିତ ଜିନିଷ ସବୁ ବ୍ୟତୀତ ଭାରତୀୟ ଜାତୀୟ ସେନା ସମ୍ପର୍କିତ ସାମଗ୍ରୀ ସ୍ଥାନ ପାଇଛି। ଏଥିମଧ୍ୟରେ ରହିଛି ନେତାଜୀ ବ୍ୟବହାର କରୁଥିବା କାଠ ଚଉକି ଓ ଖଣ୍ଡା ଏବଂ ଭାରତୀୟ ଜାତୀୟ ସେନା ସହିତ ଜଡ଼ିତ ପଦକ, ୟୁନିଫର୍ମ ଏବଂ ବ୍ୟାଜ୍ ଆଦି ସ୍ଥାନ ପାଇଛି।

ସେହିଭଳି ୟାଦ୍-ଏ-ଜାଲିଆନ୍ ସଂଗ୍ରହାଳୟରେ ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ସଂଘଟିତ ଜାଲିଆନା ୱାଲାବାଗ୍ ଗଣହତ୍ୟା ଘଟଣାର ଇତହାସ ରହିଛି। ପଞ୍ଜାବର ଅମୃତସରଠାରେ ଥିବା ଜାଲିଆନାୱାଲା ବାଗ୍‌ଠାରେ ସ୍ଥାପିତ ସ୍ମୃତିସ୍ତମ୍ଭର ନକଲ ମଧ୍ୟ ଏଠାରେ ସ୍ଥାପନା କରାଯାଇଛି। ଏଥିରେ ବ୍ରିଟିଶ୍ ସମୟରେ ଭାରତୀୟ ସୈନିକଙ୍କ ବୀରତ୍ୱ ଏବଂ ବଳିଦାନର କଥା ମଧ୍ୟ ଉଲ୍ଲେଖ ରହିଛି। ଏତଦ୍‌ବ୍ୟତୀତ ସରୋଜିନୀ ନାଇଡ଼ୁଙ୍କ ଏକ କବିତା ‘ଗିଫ୍ଟ’ ମଧ୍ୟ ସ୍ଥାନ ପାଇଛି ଯାହାକି ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ୧୫ ଲକ୍ଷ ସୈନିକଙ୍କ ମୃତ୍ୟୁ ଉପରେ ବର୍ଯ୍ୟବସିତ ଥିଲା।



from Odisha Reporter http://bit.ly/2DtN3JJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages