ଏନ୍‌କ୍ଲୋଜର୍‌ ଭିତରକୁ ଡେଇଁଥିବା ଯୁବକଙ୍କୁ ମାରି ଦେଲା ସିଂହ, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ଏନ୍‌କ୍ଲୋଜର୍‌ ଭିତରକୁ ଡେଇଁଥିବା ଯୁବକଙ୍କୁ ମାରି ଦେଲା ସିଂହ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ପଞ୍ଜାବର ଏକ ଚିଡ଼ିଆଖାନାରେ ଅଭାବନୀୟ ଘଟଣା ଘଟିଛି। ଜିରାକ୍‌ପୁରର ଛଟ୍‌ବୀର୍‌ ଚିଡ଼ିଆଖାନାରେ ରବିବାର ଜଣେ ଯୁବକ ସିଂହ ଏନ୍‌କ୍ଲୋଜର୍‌ ଭିତରକୁ ଡେଇଁ ପଡ଼ିବା ପରେ ସେଠାରେ ଏକ ସିଂହ ଓ ସିଂହୀ ତାଙ୍କୁ ଆକ୍ରମଣ କରି ମାରି ଦେଇଛନ୍ତି।

ସିଂହ ସଫାରୀ ଭିତରକୁ ଏକ ଗାଡ଼ିରେ ଯାଇଥିବା କିଛି ପର୍ଯ୍ୟଟକ ଶୁଟିଂ କରିଥିବା ଭିଡିଓରେ ସିଂହ ସଂପୃକ୍ତ ଯୁବକଙ୍କୁ ଘୋଷାଡ଼ି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ରବିବାର ମୃତ ଯଉବକ ଜଣଙ୍କ ୨୫ ଛଟ୍‌ବୀର୍‌ ଚିଡ଼ିଆଖାନାର ୨୫ ଫୁଟ୍‌ ଉଚ୍ଚା କାନ୍ଥ ଡେଇଁ ସିଂହ ଏନ୍‌କ୍ଲୋଜର୍‌ ଭିତରକୁ ପଶିଯାଇଥିଲେ। ଏହାପରେ ଏନ୍‌କ୍ଲୋଜର ଭିତରେ ଥିବା ସିଂହ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ପରେ ଏକ ସିଂହୀ ମଧ୍ୟ ଏହି ଆକ୍ରମଣରେ ସାମିଲ୍‌ ହୋଇଥିଲା।

ସଂପୃକ୍ତ ଯୁବକ କାହିଁକି କାନ୍ଥ ଡେଇଁ ଏନ୍‌କ୍ଲୋଜର୍‌ ଭିତରକୁ ପଶିଥିଲେ, ତାହାର କାରଣ ଏଯାଏ ଜଣାପଡ଼ିନାହିଁ। ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଲାଗି ଚିଡ଼ିଆଖାନା କର୍ତ୍ତୃପକ୍ଷ ଏକ ୫ ଜଣିଆ ଟିମ୍‌ ଗଠନ କରିବା ସହ ଯୁବକଙ୍କୁ ଆକ୍ରମଣ କରିଥିବା ଉଭୟ ସିଂହ ଓ ସିଂହୀଙ୍କୁ ଅନୁଧ୍ୟାନରେ ରଖିଥିବା ଜଣାପଡ଼ିଛି।



from Odisha Reporter http://bit.ly/2U9BDjW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages