
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଚାର୍ଯ୍ୟବିହାର ସ୍ଥିତ ମହାରାଜା ସିନେମା ହଲ୍ରେ ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛି ସାମ୍ବାଦିକ ସୁରକ୍ଷା ମଞ୍ଚ। ମଞ୍ଚ ପକ୍ଷରୁ ଏକ ପ୍ରେସମିଟରେ ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।
ମଞ୍ଚ ପକ୍ଷରୁ କୁହାଯାଇଛି, “କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ଆଣିବାର ଆବଶ୍ୟକତା ରହିଛି। ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ।”
ସୂଚନାଯୋଗ୍ୟ, ଶନିବାର ମହାରାଜା ସିନେମା ହଲ୍ରେ କିଛି ଯୁବକ ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ କରୁଥିବାବେଳେ ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଯୁବକମାନେ ସଂଘବଦ୍ଧ ଭାବେ କପିଳେନ୍ଦ୍ରଙ୍କୁ ଆକ୍ରମଣକରିଥିଲେ। ଏନେଇ କପିଳେନ୍ଦ୍ର ସହିଦନଗର ଥାନାରେ ଏତଲା ଦେଇଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଛି।
from Odisha Reporter http://bit.ly/2ThnQYH
No comments:
Post a Comment