ପୂର୍ବତନ ଏୟାର ଇଣ୍ଡିଆ ଅଧ୍ୟକ୍ଷଙ୍କ ନାଁରେ ସିବିଆଇ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ପୂର୍ବତନ ଏୟାର ଇଣ୍ଡିଆ ଅଧ୍ୟକ୍ଷଙ୍କ ନାଁରେ ସିବିଆଇ ମାମଲା

ନୂଆଦିଲ୍ଲୀ: ସବୁ ନିୟମକୁ ଫୁ’ କରି ଏୟାର ଇଣ୍ଡିଆରେ ଜେନେରାଲ ମ୍ୟାନେଜର ରାଙ୍କ ଅଫିସରଙ୍କୁ ଦିଆଯାଇଥିବା ନିଯୁକ୍ତି ଘଟଣାରେ ସିବିଆଇ ଆଜି ପ୍ରଥମଥର ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ତଥା ଏମ୍‌ଡି ଅରବିନ୍ଦ ଯାଦବଙ୍କ ନାଁରେ ମାମଲା ରୁଜୁ କରିଛି। ଶ୍ରୀ ଯାଦବଙ୍କ ବ୍ୟତୀତ ଆଉ କିଛି ପୂର୍ବତନ ଅଧିକାରୀଙ୍କ ନାଁରେ ମଧ୍ୟ ସିବିଆଇ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ଏମାନଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ଓ ଦୁର୍ନୀତି ନିବାରଣ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସିବିଆଇର କହିବା ଅନୁଯାୟୀ,“ଶ୍ରୀ ଯାଦବ ବେଆଇନ୍‌ ପଦୋନ୍ନତି ଦେବାକୁ ଏକ ପ୍ୟାନେଲ ଗଠନ କରିଥିଲେ। ଏହି ପ୍ୟାନେଲ୍‌ ଦ୍ୱାରା ୨୦୦୯ରୁ ୧୦ ମଧ୍ୟରେ ନିଜ ସମର୍ଥିତ ପ୍ରାର୍ଥୀମାନଙ୍କୁ ଜେନେରାଲ ମ୍ୟାନେଜର ରାଙ୍କ ଅଫିସର ଭାବେ ପଦୋନ୍ନତି ଦେଇଥିଲେ। ଏହି ପ୍ୟାନେଲ ୫ ଜଣଙ୍କୁ ପଦୋନ୍ନତି ଦେବାକୁ ସୁପାରିସ୍‌ କରିଥିଲା।”



from Odisha Reporter http://bit.ly/2FKpcYu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages